ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

ରାୟଗଡା-()ରାୟଗଡା ର ସ୍ବାମୀ ବିବେକାନନ୍ଦ ବିଦ୍ଯାମନ୍ଦିରରେ ଆଜି ତିନି ଦିନିଆ ବିଦ୍ୟାର୍ଥୀ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରର ଉଦଘାଟନୀ ଉତ୍ସବରେ ରାୟଗଡା ବିଧାୟକ ଆପୁଲସ୍ବାମୀ କାଡ୍ରାକା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦଘାଟନ କରିବା ସହ ବିଦ୍ୟାର୍ଥୀ ମାନଙ୍କୁ ସାମାଜିକ ଜୀବନୀ ଓ ଦିନଚର୍ଯ୍ଯା ଉପରେ ଉଦବୋଧନ ଦେଇଥିଲେ। ସେହିପରି ଦେଶର ଜଣେ ଉତ୍ତମ ନାଗରିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ଉଦଯାପନି ଉତ୍ସବରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଡ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ତିନି ଦିନିଆ ନିଶୁଳ୍କ ବିଦ୍ୟାର୍ଥୀ ଶିବିରରେ ପିଲା ମାନଙ୍କୁ ଯୋଗା ଆସନ,ପ୍ରିଣିୟମ୍,ଯଗ୍ଯଂ,ଇଶ୍ବରଭକ୍ତି,ଦିନଚର୍ଯ୍ଯା,ପାରିବାରିକ ଓ ସାମାଜିକ ଜୀବନୀ ଓ ଦେଶପ୍ରେମ ବିଷୟରେ ଶିକ୍ଷା ଓ ଆଲୋଚନା କରାଯାଇଥିଲା। ଏହି ଶିବିରରେ 10ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଯୋଗ ଗୁରୁ ରାଜେଶ ଦଳାଇ,ଆଚାର୍ଯ୍ଯା ସ୍ବାଧିନା ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଜେନା,ରାଜ୍ଯ ପୁରସ୍କାର ପ୍ରାପ୍ତ ଜୟଦେବ ସୀଠେ,ଜଗଦୀଶ ଦୋରା,ବାସୁଦେବ ହୋତା,ତ୍ରୀନାଥ ମହାରଣା,ସୁରେଶ ଜେନା,ପ୍ରଫୁଲ୍ଲ ଚନ୍ଦ୍ର ଜେନା,ଶିକ୍ଷକ କୈଳାସ ଚନ୍ଦ୍ର ନାୟକ,ବିନୟ ସ୍ବାଇଁ ଓ ଶିକ୍ଷକ କିଶୋର ଚନ୍ଦ୍ର ଦୋରା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଓ ଇଶ୍ବରଭକ୍ତି ସଂକ୍ରାନ୍ତରେ ଶିକ୍ଷା ପ୍ରଦାନ କରିଥିଲେ। ପରିଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

masiha

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

Sunil Chandra Nayak

ରାଇରଙ୍ଗପୁର ଠାରେ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!