ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

ରାୟଗଡା-()ରାୟଗଡା ର ସ୍ବାମୀ ବିବେକାନନ୍ଦ ବିଦ୍ଯାମନ୍ଦିରରେ ଆଜି ତିନି ଦିନିଆ ବିଦ୍ୟାର୍ଥୀ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରର ଉଦଘାଟନୀ ଉତ୍ସବରେ ରାୟଗଡା ବିଧାୟକ ଆପୁଲସ୍ବାମୀ କାଡ୍ରାକା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦଘାଟନ କରିବା ସହ ବିଦ୍ୟାର୍ଥୀ ମାନଙ୍କୁ ସାମାଜିକ ଜୀବନୀ ଓ ଦିନଚର୍ଯ୍ଯା ଉପରେ ଉଦବୋଧନ ଦେଇଥିଲେ। ସେହିପରି ଦେଶର ଜଣେ ଉତ୍ତମ ନାଗରିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ଉଦଯାପନି ଉତ୍ସବରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଡ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ତିନି ଦିନିଆ ନିଶୁଳ୍କ ବିଦ୍ୟାର୍ଥୀ ଶିବିରରେ ପିଲା ମାନଙ୍କୁ ଯୋଗା ଆସନ,ପ୍ରିଣିୟମ୍,ଯଗ୍ଯଂ,ଇଶ୍ବରଭକ୍ତି,ଦିନଚର୍ଯ୍ଯା,ପାରିବାରିକ ଓ ସାମାଜିକ ଜୀବନୀ ଓ ଦେଶପ୍ରେମ ବିଷୟରେ ଶିକ୍ଷା ଓ ଆଲୋଚନା କରାଯାଇଥିଲା। ଏହି ଶିବିରରେ 10ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଯୋଗ ଗୁରୁ ରାଜେଶ ଦଳାଇ,ଆଚାର୍ଯ୍ଯା ସ୍ବାଧିନା ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଜେନା,ରାଜ୍ଯ ପୁରସ୍କାର ପ୍ରାପ୍ତ ଜୟଦେବ ସୀଠେ,ଜଗଦୀଶ ଦୋରା,ବାସୁଦେବ ହୋତା,ତ୍ରୀନାଥ ମହାରଣା,ସୁରେଶ ଜେନା,ପ୍ରଫୁଲ୍ଲ ଚନ୍ଦ୍ର ଜେନା,ଶିକ୍ଷକ କୈଳାସ ଚନ୍ଦ୍ର ନାୟକ,ବିନୟ ସ୍ବାଇଁ ଓ ଶିକ୍ଷକ କିଶୋର ଚନ୍ଦ୍ର ଦୋରା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଓ ଇଶ୍ବରଭକ୍ତି ସଂକ୍ରାନ୍ତରେ ଶିକ୍ଷା ପ୍ରଦାନ କରିଥିଲେ। ପରିଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Renowned Lawyer Sai Prasad Felicitated on Completing 25 Years in Profession  

masiha

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

Sunil Chandra Nayak

Leave a Comment

error: Content is protected !!