ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଲକ୍ଷ୍ମୀପୁର ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଲକ୍ଷ୍ମୀପୁର ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଦ୍ଵାରା ରବିବାର ଦିନ ମନ୍ଦିର ପ୍ରାଙ୍ଗଣରେ ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର କମିଟି ସଭାପତି ଦୀନବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ପୂର୍ବ ବର୍ଷ ଏବଂ ନୂତନ ମନ୍ଦିର ପ୍ରତିଷ୍ଠା ସମୟର ସମସ୍ତ ଆୟ ଓ ବ୍ୟୟ ଉପସ୍ଥିତ କମିଟି ସଦସ୍ୟଙ୍କୁ ଆଲୋକ ପାତ କରାଇ ମନ୍ଦିର ପରିଚାଳନା ଏବଂ ଚଳିତବର୍ଷ ରଥ ଯାତ୍ରା ନିମନ୍ତେ ଆଲୋଚନା କରାଯାଇଥିଲା। ଚଳିତ ରଥଯାତ୍ରା ନିମନ୍ତେ ଏକ ଦଶ ଜଣିଆ କମିଟି କୋରାପୁଟ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ନେତୃତ୍ବରେ ସାମ୍ବାଦିକ ପରମେଶ୍ବର ସାହୁ, ସଞ୍ଜୟ କୁମାର ପାଣି , ରାଧେଶ୍ୟାମ ଜାନି, ଏ. ରମେଶ କୁମାର, ମନ୍ଦିର ସଭାପତି ଦୀନବନ୍ଧୁ ସାହୁ, ଦୀଲ୍ଲିପ ବିଡ଼ିକା, ଭାସ୍କର ସୁଚେନ୍,ବଳରାମ ଖରା ଓ ପି. ସୂର୍ଯ୍ୟ ନାରାୟଣ କମିଟି ଗଠନ କରାଗଲା ଏହି ଦଶ ଜଣିଆ କମିଟି ଚଳିତବର୍ଷ ରଥ ଯାତ୍ରା ସମୟରେ ପରିଚାଳନା କରିବା ସହ ଆସନ୍ତା ବର୍ଷ ପାଇଁ ନୂତନ ରଥ ନିର୍ମାଣ ପଦକ୍ଷେପ ନେଇ ରଥ ନିର୍ମାଣ ପାଇଁ କାଠ ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ବ ନିର୍ବାହ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ବୈଠକରେ ଉପ ସଭାପତି ଭି. ରମେଶ କୁମାର, କୋଷାଧ୍ୟକ୍ଷ ନିଲମାଧବ ସାହୁ , ବନମାଳୀ ଖସ୍ଲା, ହରେକୃଷ୍ଣ ସାହୁ,ପଙ୍କଜ ଗରଡ଼ା, ଶ୍ରୀନାଥ ମହାରଣା, କୈଳାସ ମହାରଣା ଓ ବଳରାମ ରାଜ୍ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଟୋ ଧକ୍କା ରେ ସ୍କୁଲ ଛାତ୍ରୀ ଗୁରୁତର

Sunil Chandra Nayak

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

୧- ଧସିଲା ମୁଖ୍ୟ ରାସ୍ତା ଗମନା ଗମନରେ ପ୍ରତିବନ୍ଧକ, ୨-ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟ ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ମାଟି ଚୋରୀ

Sunil Chandra Nayak

Leave a Comment

error: Content is protected !!