ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିଚୟ ତରଫରୁ ଜାତୀୟ ରଜମହୋତ୍ସବ ସମ୍ପନ୍ନ 

ପରିଚୟ ତରଫରୁ ଜାତୀୟ ରଜମହୋତ୍ସବ ସମ୍ପନ୍ନ 

 ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପରିଚୟ ତରଫରୁ ୪ ଦିବସୀୟ ୨୦ତମ ଜାତୀୟ ରଜମହୋତ୍ସବ ସେକ୍ଟର ୫ ସ୍ଥିତ ଭଞ୍ଜଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚୟ ର ମୁଖ୍ୟ ପଞ୍ଚାନନ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ଙ୍କ ମଧ୍ୟରେ ଓଡିଶୀ, ସମ୍ବଲପୁରୀ, ରାଜସ୍ଥାନୀ,ଏକକ ଓ ଗୃପନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନ, ଉତ୍ତରାଖଣ୍ଡ, ରାୟପୁର, ବନାରସ,କଟନୀ ପ୍ରମୁଖ ଅଞ୍ଚଳରୁ ନୃତ୍ୟ ଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ। ସେହିପରି ବିଚାରକ ଭାବେ ଡ଼ଃ ବେଦୁରତୀ ସୂରଜ, ଜ୍ୟୋତି ମାମ୍,ଅଜୟ ରୋଶନ, ଉପଦେଷ୍ଟା ପ୍ରସନ୍ନ ଦାସ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିନରେ ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଧାକାନ୍ତ ମିଶ୍ର, କୁମାର ବେହେରା,ଡ ସମର ମୁଦାଲି,କଳ୍ପନା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଗଣପର୍ବ ରଜ, ପରମ୍ପରା, ସଂସ୍କୃତି ଓ ଏହି ପର୍ବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଓ ପରିଚୟ ତରଫରୁ ନିମନ୍ତ୍ରଣ ପାଇ ନୃତ୍ୟ ପରିବେଷଣ କରିଥିବା ଶିଳ୍ପୀ ମାନଙ୍କୁ ପ୍ରମାଣପତ୍ର ସହ ମେମୋଣ୍ଟୋ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଗାୟତ୍ରୀ ବିଷୋୟୀ, ଜନ୍ମଞ୍ଜୟ ମହାନ୍ତି, ତୃପ୍ତି ଲତା ଶତପଥୀ, ଦେବସ୍ମିତା ପଟ୍ଟନାୟକ, ଅନ୍ବେଷା ନାୟକ, ସୋନାଲି, ଅଜୟ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଅଭିଜିତ ସାହୁ, ପ୍ରତ୍ୟୁଷ, ସନ୍ତୋଷ, ପଞ୍ଚାନନ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ମୁଖ୍ୟ ପଞ୍ଚାନନ ପାତ୍ର କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର ଡ୍ରପ ଆଉଟ ଅନ୍ତେବାସୀଙ୍କୁ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଶୁଭେଚ୍ଛା 

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଶାନ୍ତି ମାଝୀ 

masiha

Leave a Comment

error: Content is protected !!