ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା: ରାଉରକେଲା ର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ଉପଦେଷ୍ଟା ଇଂ ଅଭୟ   କୁମାର            ଦାସଙ୍କ ପୈ।ଲରୋହିତ୍ୟ ଓ ଉପସଭାପତି ଡ଼ଃ ସନାତନ ପ୍ରଧାନ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଲୋଚ୍ୟ ବିଷୟ ସାହିତ୍ୟିକ ଫତୁରାନନ୍ଦ ଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଲୋଚିକା ଅଧ୍ୟାପିକା ଧରିତ୍ରୀ ପାଇକରାୟ ସାହିତ୍ୟିକ ଫତୁରାନନ୍ଦ ଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲା ବେଳେ ଦୀପକ କୁମାର ସାହୁ ଭିତ୍ତିପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପିକା ମହାଶ୍ୱେତା ସାହୁ ସ୍ବରଚିତ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ତ୍ରିଲୋଚନ ସ୍ବାଇଁଙ୍କ ସଭାପତିତ୍ବ ରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଶ୍ରୀ ପ୍ରିୟଙ୍କା ପଲେଇ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, କୁଞ୍ଜବିହାରୀ ରାଉତ, କିଶୋରୀ ମୋହନ କର, କରୁଣାକର ପାଟ୍ଟଶାଣୀ,ଅଜୟ କୁମାର ପାଣି, ଅଶୋକ କୁମାର ପଟ୍ଟନାୟକ,ଶ୍ରେୟସୀ ସାହୁ, ସଂପ୍ରିତୀ ସାହୁ, ନିରୁପମା ପତି, ତ୍ରିଲୋଚନ ସ୍ବାଇଁ, ରଶ୍ମି ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଶିକ୍ଷା ଓ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ନିରୁପମା ପତିଙ୍କୁ ଆମେରିକାନ ମେରିଟ କାଉନସିଲ ଡକ୍ଟରେଟ୍ ଉପାଧି ପ୍ରଦାନ କରି ଥିବାରୁ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାକାନ୍ତ ମିଶ୍ର, ପ୍ରଳୟ କୁମାର ଶତପଥୀ, ଜୟଶ୍ରୀ ଦାସ,ଡ ଶକ୍ତିପ୍ରସାଦ ସାମନ୍ତରାୟ,ଡା ବସନ୍ତ କୁମାର ଦାସ, ଟୁକୁଲା ପାଢ଼ୀ, ଶର୍ମିଷ୍ଠା କବିଶତପଥୀ, ଜାହ୍ନବୀ ମହାନ୍ତି, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ରାଜୀବ ପାଣି, କୁଞ୍ଜବିହାରୀ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଡିବ୍ୟାଙ୍ଗ ଯୁବତୀ ଙ୍କ ଦୁଃଖ ବୁଝିବ କିଏ ? ୯୦ ଶତକଡା ବିକଳାଙ୍ଗ ଥିଲେ ମଧ୍ୟ ଅସହାୟ ୧୯ ବର୍ଷର ଯୁବତୀ ଭତ୍ତା ପାଇବାରୁ ବଞ୍ଚିତ

masiha

ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ

Sunil Chandra Nayak

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ରସିକ ଚନ୍ଦ୍ର ବେହେରା ଓ ଯଦୁନାଥ ଜେନା

masiha

Leave a Comment

error: Content is protected !!