ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ସ୍ବୟଂ ଶାସିତ ମହାବଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼ା ସ୍ବୟଂ ଶାସିତ ମହାବଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼ା. ତା: ୨୧/୦୬ – ରାୟଗଡ଼ା ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ( ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ) ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଯୋଗ ପ୍ରଶିକ୍ଷିକା ଡ. ସରସ୍ଵତୀ ରାୟ ଯୋଗର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି ମଣିଷର ସୁସ୍ଥ ଶାରୀରିକ ଓ ମାନସିକ ଜୀବନ ପାଇଁ ଯୋଗର ମହତ୍ତ୍ୱ ଉପରେ ମତବ୍ୟକ୍ତ କରିବା ସହ ଅଧ୍ୟକ୍ଷାଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ସଙ୍ଗମ ପର୍ଯ୍ୟାୟରେ ଆସନ, ପ୍ରାଣାୟାମ ଓ ଧ୍ୟାନର ଅଭ୍ୟାସ କରିଥିଲେ । ହରିତ୍ ଯୋଗ ପର୍ଯ୍ୟାୟରେ ରାୟଗଡ଼ା ସହକାରୀ ଜଙ୍ଗଲ ସଂରକ୍ଷଣକାରୀ ଶ୍ରୀ ସତୀଶ କୁମାର ଧାଡୁଆ ଙ୍କ ସହାୟତାରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୋଗ କ୍ଲବ୍, ଏନ.ସି.ସି, ଏନ. ଏସ. ଏସ, ଓ ରେଡ୍ କ୍ରସ୍ ଦ୍ୱାରା ସଫଳତାର ସହ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପି.ଅରୁଣ କୁମାର, ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଏକ, ଏମ ଶ୍ରୀନିବାସ ଆଚାରି ,ସୁବ୍ରତ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ , ଭବେସ ମହାନ୍ତି, ମୋନାଲିସା ପାଣିଗ୍ରାହୀ, ତୃପ୍ତିମୟୀ ଭୋଇ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ କଳାହାଣ୍ଡି ନୂଆପଡାର ପର୍ଯ୍ୟଟନ ବିକାଶ ପାଇଁ ସ୍ମାରକପତ୍ର

Sunil Chandra Nayak

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

ରାଇରଙ୍ଗପୁରରେ ପାଓ୍ବାର ଏମ୍ପଲୟଜ୍ ୟୁନିଅନର ସାଧାରଣ ବୈଠକ 

masiha

Leave a Comment

error: Content is protected !!