ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶ୍ରମିକ ଦିବସ

ଶ୍ରମିକ ଦିବସ

 

ମାନଗୋବିନ୍ଦ ସ୍ବାଇଁ

 

ଶ୍ରମିକ ଭାଇରେ ଶ୍ରମିକ ଭାଇରେ

     ଶ୍ରମ ଦାନ କଲୁ ଆମ

କୋଠା ବାଡ଼ି ଗଢ଼ି ସୃଷ୍ଟି କଲୁ ଦାନ

    ନେଲୁ ନାହଁ ରେ ବିଶ୍ରାମ।

ସୂର୍ଯ୍ୟ ପରି ଉଠି ନାହଁ ଝଡ଼ ବାତ୍ୟା

     ସଦା ଶ୍ରମ କରି ଚାଲ

କିଏବା ଦେଉଛି ଶ୍ରମ ଦାନ ମୂଲ

    କିଏ କହେ ପଦେ ଭଲ।

ତୁମରି ହାତରେ ଗଢ଼ା ହୋଇ ଅଛି

   ଯେତେ ରାସ୍ତା କୋଠା ବାଡ଼ି

ଖଟି ଖଟି ଆଜି କଙ୍କାଳ ଧରିଛ

       ଆଖି ଚର୍ମ କ୍ଷିଣ ପଡ଼ି।

ଶ୍ରମିକ ପାଇଁକି ଜଗତ ବଞ୍ଚିଛି

      ତାଙ୍କ ଭଳି କିଏ ହବ

ଶ୍ରମିକ ଆମର ବିଶ୍ବର ବିଭବ

     ଶ୍ରମ ଦାନ ଗଉରବ।

ନାହଁ ଝଡ଼ ବର୍ଷା ଖାତିରି ନ କରି

     କରମ କ୍ଷେତ୍ରରେ ଆଗ

କି ଦିନ କି ରାତି ଶ୍ରମ ଦାନ ତାର

     କାମ ଶ୍ରଦ୍ଧା ରେ ସ୍ବଭାଗ।

ଶ୍ରମ ତାର ପ୍ରଭୁ ସକାଳ ସନ୍ଧ୍ୟାରେ

          ନିତି କରି ଶ୍ରମ କରି

ଆନନ୍ଦ ରହିଛି କର୍ମ କ୍ଷେତ୍ର ତାର

         କର୍ମ ଭାଇ କର୍ମଚାରୀ।

ବିଶ୍ବର କଲ୍ୟାଣ ବହୁ ଉପକାର

       ଶ୍ରମିକ ର ଶ୍ରମ ପାଇଁ

ଶ୍ରମିକ ର ଦାନ ସେବାରେ ମମତା

  ଜଗତ ଭୁଲିବ ନାହିଁ।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କିସ୍ କଳାହାଣ୍ଡି ଉଦ୍ଘାଟିତ

Sunil Chandra Nayak

କାଳ ବୈଶାଖୀ ପ୍ରଭାବ:ଗଛ ପଡ଼ି ସ୍ବାମୀ ସ୍ତ୍ରୀ ଉଭୟେ ଗୁରୁତର

ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରି ଯାନ କ୍ରୁଟ ଯୋଗାଇ ଦେଉଛି ତାଲିମ

Leave a Comment

error: Content is protected !!