ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ 

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ 

ଢେଙ୍କାନାଳ: ଭାରତ ସରକାରଙ୍କ ସଂସ୍କୁତି ମନ୍ତ୍ରାଳୟ ଅଧିନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିନରେ ପରିଚାଳିତ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଦିନ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ ହୋଇ ଯାଇଛି । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷର ବିଷୟବସ୍ତୁ ରହିଛି”ୱାନ୍ ଆର୍ଥ ୱାନ୍ ହେଲଥ୍” ଅର୍ଥାତ୍ “ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ” ଗ୍ଲୋବାଲ୍ ଥିମ ସହିତ ସମନ୍ବିତ ଯୋଗାଭ୍ୟାସକୁ ଗୁରୁତ୍ୱ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜ୍ଞାନ କେନ୍ଦ୍ରଠାରେ ଢେଙ୍କାନାଳ ଯୋଗ ଜିଲ୍ଲାର ଜିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା,ବିଭିନ୍ନ ଯୋଗାଭ୍ୟାସ ସହିତ ଉକ୍ତ ଥିମ୍ କୁ ଆଧାର କରି ଏକ ସୁନ୍ଦର ଵ୍ୟାଖ୍ୟାନ ଉପସ୍ଥାପିତ କରିଥିଲେ । ଅପରପକ୍ଷରେ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହିତ ବିଭିନ୍ନ ବିଦ୍ୟାଳୟର କିଛି କୁନି କୁନି ଛାତ୍ରୀ,ଛାତ୍ର ତଥା ତାଙ୍କ ଅବିଭାବକ ଏବଂ କିଛି ମାନଗନ୍ୟ ବ୍ୟକ୍ତି ତଥା ସଜେଦା ବେଗମ୍,ଶିକ୍ଷାବିତ୍ ତଥା ପ୍ରାକ୍ତନ ଡି ଆଇ ଇ ଟି ଅଧକ୍ଷ ଡ଼ ସଚ୍ଚିଦାନନ୍ଦ ମିଶ୍ର ଓ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ପ୍ରାକ୍ତନ ଆକାଶ ବାହିନୀ ଚିଫ୍ ଅଫିସର୍ ଡ଼ା. ଦେବୀପ୍ରସାଦ ମିଶ୍ର ମଧ୍ୟ ଅଂଶଗ୍ରହଣ କରିଥିଲେ ।ସମସ୍ତ ଅଂଶଗ୍ରହଣକାରୀମାନେ ଯୋଗାଭ୍ୟାସ ପରେ ପରେ ଯୋଗ ଆଧାରିତ ଏକ ସୁନ୍ଦର ଫିଲ୍ମ ଦେଖିବା ସହିତ ଏକ ଲିଖିତ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା ଏହା ସହ ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ତଥା ଶଙ୍କର ଗୁରୁଙ୍ଗ,ଶୁକ୍ଲଲ ମାରାଣ୍ଡି ,ଶତ୍ରୁଜିତ ମଲ୍ଲିକ,ମଳୟ କୁମାର ସୁତାର,କାଁହୁ ଚରଣ ବିନ୍ଧାଣୀ,ଅପର୍ତି ବେହେରା, ପ୍ରବୋଧ ଦାସ ,ପ୍ରଦ୍ୟୁମ୍ନ କୁମାର ସାହୁ,ରୂପାଲି ପରମାଣିକ ,ମନ୍ମଥ ଜେନା,ବିକାଶ କୁମାର ମୁଦୁଲି,ବିନ୍ଦୁସାଗର ଲେଙ୍କାଙ୍କ ସହ ପ୍ରକାଶ ଦତ୍ତ ଓ ସନ୍ତୋଷ କୁମାର ରାଉଳ ମଧ୍ୟ ଉପସ୍ଥିତ ଥିଲେ ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ଲୋ ଭୋଲ୍ଟେଜ ଓ ବିଦ୍ୟୁତ କାଟ କୁ ନେଇ ପୁଣି ରାଜରାସ୍ତା ଅବରୋଧ କଲେ ଚାଷୀ

masiha

ହାଟବରଡି ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Rayagada Pioneers Doorstep Governance  PVTGs to Receive Pensions at Doorsteps Under PM Janman

Sunil Chandra Nayak

Leave a Comment

error: Content is protected !!