ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଅଂଚଳରେ ୧୧ ତମ ଯୋଗ ଦିବସ ପାଳିତ ହୋଇଯାଇଛି। କନ୍ଦରପୁର କଲେଜରେ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ତଥା ଇଂରାଜୀ ବିଭାଗର ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେବଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଯୋଗ ପ୍ରଶିକ୍ଷିକା ବିଶ୍ୱଜିତା ମହାନ୍ତଙ୍କ ପ୍ରଶିକ୍ଷଣରେ ବହୁ ଛାତ୍ରଛାତ୍ରୀ ଯୋଗ ଶିବିରରେ ଭାଗନେଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଅଧକ୍ଷା ସ୍ଵାତି ପଣ୍ଡାଙ୍କ ସମେତ ଅଧ୍ୟାପିକା ଡ଼ ନମିତା ପଟ୍ଟନାୟକ ଉପସ୍ଥିତ ଥିଲେ । ସେହିପରି ସଦର ଅଂଚଳର ସର୍ବପୁରାତନ କ୍ରୀଡା ଅନୁଷ୍ଠାନ ଆନ୍ତଃ ଗ୍ରାମ୍ୟ କ୍ରୀଡା ପରିଷଦ ପକ୍ଷରୁ ନିଜସ୍ୱ ଖେଳପଡିଆ ଠାରେ ଯୋଗ ଶିବିର ମୁଖ୍ୟ ଯୋଗ ପ୍ରଶିକ୍ଷକ ରବୀନ୍ଦ୍ର ନାଥ ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରକାଶ ପୃଷ୍ଟି (ବାପି) ଏବଂ ରାଜେଶ ସେଠୀଙ୍କ ସଂଚାଳନରେ ପବିତ୍ର ବେହେରା,ସତ୍ୟ ନାରାୟଣ ମିଶ୍ର, ଇନ୍ଦ୍ରଜିତ ଭୋଇ,ପ୍ରଶାନ୍ତ ବେହେରା, ପ୍ରଭାତ ବେହେରାଙ୍କ ସମେତ ମହିଳା କ୍ରୀଡ଼ାବିତ ମାନଙ୍କ ମଧ୍ୟରେ ସିପ୍ରା ଭୂୟାଁ, ସୁମିତ୍ରା ପ୍ରଧାନ,ଲିପ୍ସା ବେହେରା, ଲଷ୍ମୀପ୍ରିୟା ବେହେରା, ସୁଷମା ସେଠୀ,ସ୍ଵାଗତିକା ବେହେରାଙ୍କ ସମେତ ବହୁ କ୍ରୀଡ଼ାବିତ ଯୋଗଦେଇ ଯୋଗଦିବସଟିକୁ ଆଡମ୍ବର ସହାୟକରେ ପାଳନ କରିଥିଲେ। ତତ ସହିତ ଗୋପାଳ ସ୍ମୃତି ବିଦ୍ୟାପୀଠ ସମେତ ସମସ୍ତ ବିଦ୍ୟାଳୟରେ ଏବଂ ଯୁବକ ସଂଘରେ ଯୋଗ ଦିବସ ପାଳିତ ହୋଇଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

masiha

Senior Journalist Rajiv Lochan Ponda Passes Away, Journalistic Community in Mourning

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳନ 

masiha

Leave a Comment

error: Content is protected !!