ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ବଳଦେବଜିଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ. ତବଲା ବାଦନରେ ପ୍ରଥମ ସ୍ଥାନ ଋତୁରାଜ ନାୟକ

ଶ୍ରୀ ବଳଦେବଜିଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ. ତବଲା ବାଦନରେ ପ୍ରଥମ ସ୍ଥାନ ଋତୁରାଜ ନାୟକ 

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଜିଲ୍ଲା ସଂସ୍କୃତି ଭବନ ପରିସରେ ପାଳନ କରାଯାଇଛି. ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ. ସଭାପତି ପ୍ରାଧ୍ୟାପକ ଅଜୟ ସାମଲଙ୍କ ପରିଚାଳନା ରେ ଅନୁଷ୍ଠିତ ଉତ୍ସବରେ ଡେରାବିଶ ବିଡ଼ିଓ ନମିତା ବାରିକ ମୁଖ୍ୟ ବକ୍ତା. ପ୍ରାଧ୍ୟପକ ଦିଲ୍ଲୀପ କୁମାର ମିଶ୍ର. ଅଧ୍ୟାପିକା ଜୟଶ୍ରୀ ଜେନା ସନ୍ନମାନିତଅତିଥି ଭାବେ ଯୋଗଦେଇଥିଲେ. ସମ୍ପାଦକ ମହେନ୍ଦ୍ର କୁମାର ପଟ୍ଟନାୟକ ଅନୁଷ୍ଠାନର ସମ୍ପର୍କ ରେ ସୂଚନା ଦେଇଥିଲେ. ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରାଧ୍ୟାପକ ମୋହନ ଜେନାଙ୍କ (ମୋହନ ବଂଶୀ )ପୁସ୍ତକର ଉନ୍ମୋଚନ କରାଯାଇଥିଲା. ପରେ ଓଡିଶୀନୃତ୍ୟ. ଓଡିଶୀ ସଂଗୀତ. ତବଲା ବାଦନ. ଚିତ୍ରକଳା. ବକ୍ତୃତା ଆଦି ବିଭାଗ ରେ ଜିଲ୍ଲାର ବିଭିନ୍ନ କଳା ସଂସ୍କୃତି ଅନୁଷ୍ଠାନର ଛାତ ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା. ସଙ୍ଗୀତଜ୍ଞ ରାଜେନ୍ଦ୍ର କୁମାର ସ୍ୱାଇଁ. ପ୍ରଭାକର ମଲ୍ଲିକ. ନୃତ୍ୟ ଗୁରୁ ଜୟଶ୍ରୀ ଦାଶ. ରଞ୍ଜନ କୁମାର ସାହୁ ପ୍ରମୁଖ ମୂଲ୍ୟା ୟନ କରିଥିଲେ. ପୁରସ୍କାର ବିତରଣ ସଭାରେ ଓଡିଶୀ ନୃତ୍ୟ ଗୁରୁ. ରାଜଶ୍ରୀ ଚିନ୍ତକ ବେହେରା. ତବଲା ଗୁରୁ ସମୀର ରଞ୍ଜନ ଦାଶ. ପ୍ରାଧ୍ୟାପକ ନନ୍ଦକିଶୋର ପରିଡା. ସଂଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର. ଆକାଶ ନାୟକ. ଅରବିନ୍ଦ ମିଶ୍ର ରାମକୃଷ୍ଣ ଦାଶ କୃତି ଛାତ ଛାତ୍ରୀ ଙ୍କୁ ପୁରସ୍କୃତକରିଥିଲେ. ତବଲା ବାଦନ ରେ ପ୍ରଥମ ସ୍ଥାନ ପାଇଥିବା. ପଟ୍ଟାମୁଣ୍ଡାଇ ଅଂଚଳର ପୁଅ ଋତୁରାଜ ନାୟକ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା.ତାଙ୍କର ଏହି ସଫଳତା ପଛରେ ତାଙ୍କର ସଂଗୀତ ଗୁରୁ ଓ ବାପା ବୃନ୍ଦାବନ ନାୟକ ଙ୍କ ଆଶ୍ରିବାଦ ଅଛି ବୋଲି ଋତୁରାଜ କହିଛନ୍ତି. କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ର ଶୁଅ ଛୁଟୁଛି!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମହାନ ଲୋକନାଟ୍ୟ ଦଣ୍ଡ ସମାଜ ର ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ଚିନ୍ତନ ବୈଠକ ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୩ ନମ୍ବର ୱାର୍ଡର ନନ୍ଦିନୀ ଶତପଥୀ ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତି

Sunil Chandra Nayak

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!