ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

କେସିଙ୍ଗା – କେସିଙ୍ଗା ଉପଖଣ୍ଡ ପୋଲିସ ତରଫରୁ ଅଧୀନସ୍ଥ ଥାନା ଅଞ୍ଚଳଗୁଡିକରେ ବିଭିନ୍ନ ଯାନବାହାନ ଚଳାଚଳରେ ନିୟମ ଉଲ୍ଲଙ୍ଘନକାରୀ ଚାଳକଙ୍କ ବିରୁଦ୍ଧରେ ମଟର ଭେହିକିଲ୍ ପ୍ରବର୍ତ୍ତନ ଆରମ୍ଭ କରିଛନ୍ତି। ଏହିକ୍ରମରେ ଗତକାଲି ଶନିବାର ରାତିରେ କେସିଙ୍ଗା, ମଦନପୁର ରାମପୁର, ଲାଞ୍ଜିଗଡ଼ ଓ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ପିଇ ଯାନବାହାନ ଚଳାଉଥିବା ଗାଡିଚାଳକଙ୍କୁ ପରୀକ୍ଷା କରାଯାଇ ୧୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଣୁ କେସିଙ୍ଗା ଏସଡିପିଓ ଅଭିନବ ସୋନକର ଉପଖଣ୍ଡ ଥାନା ଅନ୍ତର୍ଗତ କେସିଙ୍ଗା, ମ. ରାମପୁର, ନର୍ଲା, ଲାଞ୍ଜିଗଡ଼, ବିଶ୍ବନାଥପୁର ଓ ବିଜେପୁର ଥାନା ଅଞ୍ଚଳରେ ମଦ ପିଇ ଗାଡ଼ି ଚଳାଇବା, ବିନା ହେଲମେଟରେ ବାଇକ୍ ଚଳାଇବା, ବାଇକରେ ୩ ଜଣ ବସିବା, ଦୃତଗତିରେ ଗାଡି ଚଳାଇବା, ଡ୍ରାଇଭିଙ୍ଗ୍ ଲାଇସେନ୍ସ ନଥିବା, ନାବାଳକ ମାନେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ଫୋନ୍ ରେ କଥା ହେବା ଆଦି ନିଷେଧ କରିଛନ୍ତି। ବିଶେଷକରି ନାବାଳକ ମାନଙ୍କ ମାତାପିତା ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ ।

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ନିର୍ବାସିତ ମେଘ

Sunil Chandra Nayak

କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରୁପ୍ରା ୟୁପିଏସ୍ ରେ ଅନୁଷ୍ଠିତ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!