ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟ‍ାଦେଶ ଯନ୍ତ୍ରୀଙ୍କ ନାଁରେ, ଯନ୍ତ୍ରୀ ଅନୁପସ୍ଥିତ ସରକାରୀ ନିୟମର ଖୋଲା ଉଲଂଘନ ଛୁଟିଦିନରେ ୨ଟି ସ୍ଥାନରେ ହେଲା ଢଳେଇ କାର୍ଯ୍ୟ

କାର୍ଯ୍ୟ‍ାଦେଶ ଯନ୍ତ୍ରୀଙ୍କ ନାଁରେ, ଯନ୍ତ୍ରୀ ଅନୁପସ୍ଥିତ
ସରକାରୀ ନିୟମର ଖୋଲା ଉଲଂଘନ
ଛୁଟିଦିନରେ ୨ଟି ସ୍ଥାନରେ ହେଲା ଢଳେଇ କାର୍ଯ୍ୟ

ବସ୍ତା, 25/07: ଏକ ସରକାରୀ କାର୍ଯ୍ୟର କାର୍ଯ୍ୟାଦେଶ ଯନ୍ତ୍ରୀଙ୍କ ନାଁରେ ଥିବା ବେଳେ ଯନ୍ତ୍ରୀ ଅନୁପସ୍ଥିତ ରହବା ଏବଂ ରବିବାର ଭଳି ଛୁଟିଦିନରେ ଛାନିଆ ହୋଇ ନିର୍ମାଣ କାର୍ଯ୍ୟ ସାରିଦବା ଭଳି ଘଟଣା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବବୋଧକୁ ପଦାରେ ପକାଇଛି।

ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ଗମ୍ଭାରୀଆ ଗ୍ରାମର ୯ ନମ୍ବର ୱାର୍ଡରେ ଏବଂ ଭେଲୋରା ପଂଚାୟତ ଅନ୍ତର୍ଗତ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ। ସୂଚନାରୁ ପ୍ରକାଶ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡିଶା’ ଆର୍ଥିକ ବର୍ଷ ୨୦୨୪-୨୫ ଯୋଜନାରେ ୪ଲକ୍ଷ ୧୩ହଜାର ୪୨୦ଟଙ୍କା ବିନିମୟରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମର ଅଜିତ କୁମାର ଜେନାଙ୍କୁ ବିଭାଗୀୟ ଯନ୍ତ୍ରୀ ନିର୍ଦେଶ ଦେଇଥିଲେ। ଫଳରେ ଶ୍ରୀ ଜେନା ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଉକ୍ତ ସ୍ଥାନରେ ଗଛିତ କରି ରଖିଥିଲେ। ମାତ୍ର ପରଦିନ ଜୈନିକ ନିର୍ବାଚିତ ଜନ ପ୍ରତିନିଧି ପ୍ରତିନିଧିଙ୍କ କିଛି ମୁଷ୍ଟିମେୟ ଲୋକଙ୍କୁ ପ୍ରବର୍ତ୍ତାଇ ଜୋର ଜବରଦସ୍ତ ଗଛିତ ଥିବା ସାମଗ୍ରୀରେ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଶ୍ରୀ ଜେନା ଏହାକୁ ବିରୋଧ କରିବାରୁ ଉକ୍ତ ମୁଷ୍ଟମେୟ ଯୁବକ ମାନେ ମାରଣାସ୍ତ୍ର ଦେଖାଇ ମାରିଦେବାର ଧମକ ଦେଇଥିଲେ ଫଳରେ ଶ୍ରୀ ଜେନା ନିରୁପାୟ ହୋଇ ପୋଲିସ ପ୍ରଶାସନ ର ହସ୍ତକ୍ଷେପ ପାଇଁ ବସ୍ତା ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେହିଭଳି ବିନା ଯନ୍ତ୍ରୀଙ୍କ ଉପସ୍ଥିତିରେ ତଥା ରବିବାର ଛୁଟିଦିନ ଥିବା ଦେଖି କିଛିଲୋକ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିଲେ। ବିନା ଯନ୍ତ୍ରୀରେ ଛୁଟିଦିନରେ କାର୍ଯ୍ୟ ହେଉଥିବାରୁ ଅନ୍ୟ ଏକ ଗୋଷ୍ଠୀ କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଉକ୍ତଦିନ କାର୍ଯ୍ୟ ବନ୍ଦ ରହିଥିଲା ମାତ୍ର ପରଦିନ ସରକାରୀ ଦଳର ଜଣେ ମୁଷ୍ଟିମେୟ ରାଜନେତାଙ୍କ ଇଂଗିତରେ କିଛି ଯୁବକ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କୁ ଜୋର ଜବରଦସ୍ତ କରୁଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଛୁଟି ଦିନରେ ବିନା ଯନ୍ତ୍ରୀରେ କରିବାର ଅର୍ଥ କାର୍ଯ୍ୟକୁ ଅତି ନିମ୍ନ ମାନର କରି ମଞ୍ଜୁର ହୋଇଥିବା ଅର୍ଥକୁ ଚଳୁ କରିବା ମୁଖ୍ୟ ଉଦେଶ୍ୟ ବୋଲି ଗ୍ରାମର ଅଜିତ କୁମାର ଜେନା, ବିଜୟ କୁମାର ପାଳ, ହେମେନ୍ଦ୍ର ବାରିକ, ହୃଦାନନ୍ଦ ମାହାନା, ମନୋରଞ୍ଜନ ମହାନ୍ତି, ଭୂପେନ କୁମାର ସାହୁ, ପଦ୍ମଲୋଚନ ମାହାନା ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ବସ୍ତା ବିଡ଼ିଓ ମିହିର ରଂଜନ ବେହେରା ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ପ୍ରାମାଣିକଙ୍କୁ ପଚାରିବାରୁ ଏହି କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶ କୁ ବେଖାତିର କରି ହେଉଥିବା କାର୍ଯ୍ୟ ବାବଦରେ ତାଙ୍କ ନିକଟରେ କିଛି ଖବର ନାହିଁ ବୋଲି ଉଭୟ କହିଥିଲେ। ଅନୁରୂପ ଭାବେ ଭେଲୋରା ପଂଚାୟତ ଅନ୍ତର୍ଗତ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ମୋ ସ୍କୁଲ ଅଭିଯାନରେ ଏକ ସିଡ଼ି ଘର ଛାତପକା କାର୍ଯ୍ୟ ଚାଲିଥିଲା। ତେବେ ଫିଲିଂ ବାଲି ଓ ଅତି ନିମ୍ନମାନର ଚିପ୍ସ ଉକ୍ତ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଘଟଣା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଦିନେଶ କୁମାର ଅଡ଼ାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲା ନମ୍ବର ବନ୍ଦ ଥିବାରୁ ତାହା ସମ୍ଭବପର ହୋଇପାରି ନଥିଲା। ତେବେ ଆଶିଷ୍ଟାଣ୍ଟ ଇଞ୍ଜିନିଯର ବିକ୍ରମ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ କାମ ବାବଦରେ ସେ ମଧ୍ୟ ଅବଗତ ନଥିବା କହିଥିଲେ। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟସମୀକ୍ଷା ବୈଠକ ଅନୁଷ୍ଠିତ

masiha

ଅଞ୍ଜୁମନ ବାଲୁବିଶିର ସମାଜସେବୀ ପାଳନ କଲେ 74 ତମ ଗଣତନ୍ତ୍ର ଦିବସ

Sunil Chandra Nayak

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ

masiha

Leave a Comment

error: Content is protected !!