ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

ରାଉରକେଲା: ରାଉରକେଲା ଛେଣ୍ଡ କଲୋନୀ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀଜଗନ୍ନାଥ ରଥଯାତ୍ରାର ରାଜାହୋଇ ଛେରା ପହଁରା କରୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦାମୋଦର ମହାପାତ୍ରଙ୍କ ୯୭ ବର୍ଷ ଵୟସରେ ଆଜି ଦେହାନ୍ତ ହୋଇ ଯାଇଛି। ଭୁବନେଶ୍ଵର ବାସଭଵନରେ ଆଜି ସକାଳ ୯ଟା ୨୫ ମିନିଟ ସମୟରେ ଦେହାନ୍ତ ହୋଇଛି। ଦାମୋଦର ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ଵହୁ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ଵର ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେହାନ୍ତ ସମୟରେ ଵଡ ପୁଅ ଅକ୍ଷୟ ମହାପାତ୍ର, ସାନ ପୁଅ ଅଭୟ ମହାପାତ୍ର, ପୁତ୍ରବଧୂ ସଂଯୁକ୍ତା ମହାପାତ୍ର, ଜୁଲିବାଳା ମହାପାତ୍ର, ଝିଅ ଶୈଳବାଳା ମହାପାତ୍ର, ନାତି ଅଭିଜିତ ମହାପାତ୍ର, ଅନିମେଷ ମହାପାତ୍ର, ଅଭିଷେକ ମହାପାତ୍ର, ନାତୁଣି ବୋହୁ ଚିତ୍ରାଙ୍ଗନା ମହାପାତ୍ର, ପୁତୁରା ପ୍ରଶାନ୍ତ ମହାପାତ୍ର, ନବ ମହାପାତ୍ର, ଅମୀୟ ମହାପାତ୍ର ଉପସ୍ଥିତ ଥିଲେ। କୁନ ଵିହାରୀ ଦାସ, କାଵୁଲି, ପ୍ରମୋଦ ରଣା, ଵାଵୁନା ଷଡ଼ଙ୍ଗୀ, ନିରାକାର ଲେଙ୍କା, ଵିନୟ ପଟ୍ଟନାୟକ, ମୁନା ସାମଲ, ଵାପି, ସଂଗ୍ରାମ ସାମନ୍ତରାୟ, ବିଶ୍ଵନାଥ ଦାସ, ପ୍ରଣୟ ନାୟକଙ୍କ ସହ ଵହୁ ପରିବାର ସଦସ୍ୟ ଓ ସମ୍ପର୍କୀୟ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଆଜି ରାତିରେ ଦାହ ସଂସ୍କାର କରାଯାଇଛି। ସ୍ବର୍ଗତ ଦାମୋଦର ମହାପାତ୍ର ଛେଣ୍ଡ ସ୍ଥିତ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ସହିତ ସମାଜସେବା, ଧାର୍ମିକ ଓ ପରୋପକାରୀ ଵ୍ୟକ୍ତି ଭାବେ ରାଉରକେଲା ସହର ରେ ଵେଶ ପରିଚିତ ଥିଲେ। ତାଙ୍କର ବିୟୋଗରେ ରାଉରକେଲା ସହରର ଵହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରେ ଜାତୀୟ କନ୍ୟା ସନ୍ତାନ ଦିବସ

Sunil Chandra Nayak

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!