ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସବିଆଇ ଲାଇଫ ଇନସୁରାନ୍ସ ର ଲାଇଫ ମିତ୍ର ମହା ଭେଟଘାଟ

ଲାଇଫ ମିତ୍ର ମହା ଭେଟଘାଟ ଏସବିଆଇ ଲାଇଫ ଇନସୁରାନ୍ସ ନୂଆପଡା ଶାଖା ର ଯୋଗେଶ୍ୱର ଧାମ, ପତୋରା ସ୍ଥିତ ଜଳ ସମ୍ପଦ ବିଭାଗ ଡାକବଙ୍ଗଳା ଠାରେ ଲାଇଫ ମିତ୍ର ମହା ଭେଟଘାଟ ହର୍ଷ ଓ ଉଲ୍ଲାଶ ସହ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଏସବିଆଇ ଲାଇଫ ଇନସୁରାନ୍ସ ବ୍ରାଞ୍ଚ ମ୍ୟାନେଜର ସୁଶାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ଡିଏମ ହିମାଂଶୁ ଶେଖର କୁମାର,ବିଜୁ ଦଣ୍ଡସେନା, ବିଜୟ ଭାଟଗୁରିଆ ଓ ହେମନ୍ତ ସତନାମୀ ପ୍ରମୁଖ ମଞ୍ଚାସିନ ରହି ଲାଇଫ ମିତ୍ର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବ୍ୟବସାୟ ର ବିଭିନ୍ନ ଦିଗ ଓ ଅଗ୍ରଗତି କରିବା ପାଇଁ ବିଷଦ ଆଲୋଚନ କରିଥିଲେ। ଗତ କାଲି ପରୀକ୍ଷା ରେ ଉତ୍ତୀର୍ଣ୍ଣ କରିଥିବା ନୂତନ ଲାଇଫ ମିତ୍ରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ସ୍ୱାଗତ କରି ଟ୍ରଫି ପ୍ରଦାନ କରାଯାଇଥିଲା। ଗତ ମାର୍ଚ୍ଚ ମାସ ରେ କଠିନ ପରିଶ୍ରମ କରି ଲାଇଫ ମିତ୍ର ମାନେ ନୂଆପଡା ବ୍ରାଞ୍ଚ କୁ ଅଗ୍ର ଧାଡିରେ ଛିଡା କରି ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନ ଓ ପ୍ରେରଣା ରେ ଚଳିତ ବର୍ଷ ମଧ୍ୟ ଭଲ ବ୍ୟବସାୟ ଓ ରୋଜଗାର ହେବ ବୋଲି ସମସ୍ତ ଲାଇଫ ମିତ୍ରମାନଙ୍କ ଆଶା ଓ ବିଶ୍ୱାସ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ

Sunil Chandra Nayak

ବାଇକ୍ ଦୁର୍ଘଟଣା ରେ ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!