ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ 

ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ 

 ମୟୂରଭଂଜ – ୨୮/୦୭ -+ ରାଇରଙ୍ଗପୁର ର ଶିଳ୍ପାୟନ ପାଇଁ ସରକାରୀ ଜମି ଅଧିଗ୍ରହଣ ନିମନ୍ତେ କଣ୍ଟାବଣି,ଆନନ୍ଦପୁର ଏବଂ ଶିଳ୍ପାୟନ ପାଇଁ ସରକାରୀ ଜମି ଅଧିଗ୍ରହଣ ସମସ୍ଯା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ଵରେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ଯରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବିଗୁଡିକୁ ହେଲା ୧- ରାଇରଙ୍ଗପୁର‌ ଵ୍ଳକର ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଡ଼ିଓ ଧାନାଇ ଚରଣ ଟୁଡୁଙ୍କ ତତ୍ବାଵଧାନରେ ୫ ମ ସିଡ୍ଯୁଲ ଏରିଆରେ ହୋଇଥିବା ପଲ୍ଲିସଭା ସଂପୁର୍ଣ ବେଆଇନ; ଏହି ଅଂଚଳରେ ବାଙ୍କବଳ ଜଳସେଚନ ପ୍ରକଳ୍ପ ଦ୍ଵାରା ହୋଇଥିବା କେନାଲରେ ଦିର୍ଘ ୩୫ ବର୍ଷ ହେଲା ଜଳ ଆସୁନଥିବା ଯୋଗୁଁ ଚାଷୀଙ୍କୁ ଜଳକର ଛାଡ କରିବା ;ପଲ୍ଲିସଭାର ସ୍ବଚ୍ଛ ଓ ସୁଦୃଢ କରାଇବା; ଆୟୋଜିତ କଣ୍ଟାବଣି ପଲ୍ଲିସଭାରେ ନିରିହ ଆଦିବାସୀଙ୍କୁ ପୋଲିସ ଆକ୍ରମଣର ତଦନ୍ତ କରିବା ଏବଂ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା; କଣ୍ଟାବଣି,ଆନନ୍ଦପୁର ଏଵଂଦାଣ୍ଡବୋଷ ଜମି ଅଧିଗ୍ରହଣର ସରକାରୀ ଅନୁକମ୍ପା ଲିଖିତ ଭାବରେ ହିତାଧିକାରୀମାନଙ୍କୁ ପ୍ରଦାନ କରିବା ଯାହାକି ନୋଟିସ ରେ ଲେଖା ଥିବ;ଭବିଷ୍ୟତରେ ସେହି ଜମିରେ ଶିଳ୍ପ ପ୍ରତିଷ୍ଠାନ ନ ହେଲେ ମୂଳ ଜମିକୁ ଜମି ହରାଇଥିବା ଲୋକଙ୍କୁ ଫେରାଇଦେଵା ଇତ୍ଯାଦି ।ଏହି ବିକ୍ଷୋଭ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଜିଲ୍ଲା ପ୍ରବକ୍ତା ସୁନିଲ ମାଝୀ,କେନ୍ଦ୍ରୀୟ‌କମିଟି ସଦସ୍ୟ ସାଲୁ କିସ୍କୁ,ଜିଲ୍ଲା ପରିଷଦ ସଦସ୍ଯା ମୀନା ସୋରେନଙ୍କ ସମେତ ବହୁ ଜେଏମ ଏମ କର୍ମୀ ସାମିଲ ହୋଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟ ସ୍ତରୀୟ ଯୋଗ ପ୍ରତି ଯୋଗିତାରେ ଭାଗନେବେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ 

Sunil Chandra Nayak

୨ ବର୍ଷ ପାଠ ଛାଡ଼ିଥିବା ଝିଅ ପୁନଃ ବିଦ୍ୟାଳୟ ଫେରିଲା; ସିଆରସିସି ଙ୍କ ପ୍ରୟାସ-ଶିକ୍ଷା ଆଶା ସାଜିଲା ଓ ଶିକ୍ଷା- ଅଧିକାର ସୁରକ୍ଷିତ 

Sunil Chandra Nayak

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

Leave a Comment

error: Content is protected !!