ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ! ଗୁହାଳଡାଙ୍ଗିରୀ ପଞ୍ଚାୟତରେ ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

 ରାଇରଙ୍ଗପୁର ବ୍ଳକ! ଗୁହାଳଡାଙ୍ଗିରୀ ପଞ୍ଚାୟତରେ ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

ମୟୂରଭଂଜ – ୨୯/୦୭ — ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗୀରି ପଂଚାୟତ ର ସୁରିଆ ଗୋଡ଼ା ଏବଂ ଚିଲକୁବାଦୀ ଗ୍ରାମରେ ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ ।ହାତୀ ହେଉଛି ଜନବସତି ମୁହାଁ । ସୂଚନାଯୋଗ୍ୟ ରାଇରଙ୍ଗପୁର ବ୍ଳକର ଉପାନ୍ତ ଗୁହାଳଡାଙ୍ଗିରୀ ପଞ୍ଚାୟତର କରି ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରି ଘରଵାରୀ ନଷ୍ଟ କରିବା ଚାଷ କ୍ଷେତ ଦଳି ମକଚି ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ସୁରିଆଗୋଡ଼ା ଗାଁ ର ବୁଢାନ ମାଝୀ ଙ୍କ ଘର ଭାଙ୍ଗିଵା ସହ ଘରେ ଥିବା ଧାନ ଖାଇ ଦେବାସହ ଚାଷ ଜମି ନଷ୍ଟ କରି ଦେଇଛନ୍ତି ।ସେହିଭଳି ସେହି ଗ୍ରାମର ମାଧିଆ ମାଟିର ଚାଷ ନଷ୍ଟ କରିଦେଇଛନ୍ତି ।

ସେହିଭଳି ଚିଲକୁବାଦୀ ଗାଁ ର ଶୁକ୍ରା ମୁଣ୍ଡାରୀ ର ଫସଲ ନଷ୍ଟ କରିଦେଇଛନ୍ତି l ଗାଁ ପାଖ ଜଙ୍ଗଲରୁ ହାତୀପଲ ବାରମ୍ବାର ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

masiha

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଚନ୍ଦ୍ର ମଣି ନାଟ୍ୟ ସଂଘ ନଭେମ୍ବର ରେ ପାଳନ କରିବ ଶତ ବାର୍ଷିକୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!