ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

ମୟୂରଭଂଜ – ୧/୦୮ — ମୟୂରଭଂଜ ଜିଲ୍ଲାର ଵିଜାତଳା ନୋଡାଲ ସ୍କୁଲ୍ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥିଭାବେ ଡିଇଓ ପୂର୍ଣଚନ୍ଦ୍ର ସେଠୀ,ସମ୍ମାନିତ ଅତିଥି କୁସୁମି ବ୍ଳକ ବିଇଓ କପିଳେନ୍ଦ୍ର ଦାସ,ରରୁଆଁ ବିଇଓ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ଅବସର ନେଉଥିବା ବିଇଓ ଶ୍ରୀ ନେପାଳ ମୁଣ୍ଡା ଏବଂ ଏବିଇଓ ନିରୁପମା ମହାନ୍ତିଙ୍କ କର୍ମମୟ ଜୀବନ ଓ ଛାତ୍ରଵତ୍ସଳ ଏବଂ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ଭଲ ପାଇବା,ସମୟ ଅନୁଵର୍ତ୍ତିତା, ,କାର୍ଯ୍ୟଦକ୍ଷତା  ,ଅଫିସ ସୁପରିଚାଳନା,ସ୍ନେହ,ଶ୍ରଦ୍ଧା, ଓ ଭଲ ପାଇବା ଏବଂ ବହୁମୁଖୀ ପ୍ରତିଭାର ବିଷୟରେ ଆଲୋକପାତ କରିଥିଲେ ।ବିଇଓ ନେପାଲ ମୁଣ୍ଡା ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଥିଲେ ।ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯେତେବେଳେ ବି ଅସୁବିଧାରେ ପଡୁଥିଲେ ସେତେବେଳେ ଅବସରପ୍ରାପ୍ତ ବିଇଓ ନେପାଲ ମୁଣ୍ଡା ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ କରୁଥିଲେ । ଅତିଥିଗଣ ଅବସରପ୍ରାପ୍ତ ବିଇଓ ଓ ଏବିଇଓଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଆରସିସି,ସିଆରସିସି,ଶିକ୍ଷାନୁଷ୍ଠାନ ମାନଙ୍କର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା

masiha

ବିଭିନ୍ନ ଦାବି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

masiha

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!