ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ରାଉରକେଲା: ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକଦିବସୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଙ୍କ ଆବାହକତ୍ଵ, ଗୁରୁମା ସନ୍ଧ୍ୟାରାଣୀ ସାମନ୍ତ ଓ ପୁଷ୍ପାଞ୍ଜଳି ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ମେଳା ର ଉଦଘାଟନୀ ଉତ୍ସବରେ ସ୍କାଉଟ ଆଣ୍ଡ ଗାଇଡ ର କମିଶନର ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥିଭାବେ ନିର୍ମଳଚନ୍ଦ୍ର ଦାସ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ବିଜ୍ଞାନକୁ ଆମର ଆଶାବାଡି ଋପେ ଅବହିତ କରି ବିଜ୍ଞାନ ମାଧ୍ୟମରେ ଆମର ଉପଲବ୍ଧି ଓ ତା ମାଧ୍ୟମରେ ଆମ ନିଜସ୍ଵ ଜ୍ଞାନକୌଶଳ ବିନିଯୋଗ କରି ସମାଜର ହିତ କରିବା କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରବୀର କୁମାର ଦୁବେ ଅତିଥି ଭାବେ ଯୋଗଦେଇ ଜ୍ଞାନ ବିଜ୍ଞାନ ମେଳାର ଆବଶ୍ୟକତା ଓ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପକୁ ପ୍ରଶଂସା କରିଥିଲେ। ଏହି ମେଳାରେ ବିଦ୍ୟାମନ୍ଦିରର ପ୍ରାରମ୍ଭରୁ ଦଶମ ଶ୍ରେଣୀ ର ପ୍ରାୟ ୪୫୦ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରକଳ୍ପରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟପକ୍ଷେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସଂକୁଳ ସ୍ତରୀୟ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ ବୋଲି ସୂଚନା ମିଳିଛି। ଜ୍ଞାନ ଓ ବିଜ୍ଞାନର ପ୍ରକଳ୍ପ ଗୁଡ଼ିକର ବିଚାରକ ଭାବେ ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ସାମରିକା ମହାପାତ୍ର, ତପସ୍ଵିନୀ କର,କବିତାଞ୍ଜଳୀ ଜେନା,ଅନୁପମା ବାରା, ଶାନ୍ତି ଦାସ, ମୁକ୍ତାଞ୍ଜଳୀ ମିଶ୍ର,ଯଚିନ୍ଦ୍ର ଜେନା, ଅମିତା ଦାସ,ନିଳାଞ୍ଚଳ ରଥ, ନିବେଦିତା ସାହୁ, ସଞ୍ଜୁଲତା ତନ୍ତୀ, ମଧୁସ୍ମିତା ବିଶ୍ବାଳ, ସୁରେଶ ଶତପଥୀ, ସ୍ୱାଗତିକା ରାଉତ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଶେଷରେ ଗୁରୁମା ମାନସୀ ଜେନା ଧନ୍ୟବାଦ ଅର୍ପଣ କରିଥିଲାବେଳେ ଗୁରୁମା ରେଖା ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାମନ୍ଦିରର ସମସ୍ତ ଗୁରୁଜି ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

NSS ଦିବସ ୨୦୨୪ ପାଳନ

masiha

ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ , ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନ

Sunil Chandra Nayak

ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଦାବି

masiha

Leave a Comment

error: Content is protected !!