ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର ୧୯ ଥାନାରେ ଆମ ପୁଲିସ ବୈଠକ 

ସେକ୍ଟର ୧୯ ଥାନାରେ ଆମ ପୁଲିସ ବୈଠକ 

ରାଉରକେଲା: ସେକ୍ଟର ୧୯ ଥାନାରେ ଆମ ପୁଲିସର ବୈଠକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ ପୁଲିସର ଆବାହକ ଡ଼ଃ ସୁମନ ଦତ୍ତ ଙ୍କ ଆବାହକତ୍ଵ ଓ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସ ର ସଦସ୍ୟ ଓ ସାଧାରଣ ଜନତା ଯୋଗଦେଇ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଇଆଇସି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ମୋବାଇଲ ର ସଠିକ ବ୍ୟବହାର ଓ ଅପବ୍ୟବହାର ନକରିବା, ସଚେତନତା କାର୍ଯ୍ୟକ୍ରମ, ସୁରକ୍ଷିତ ରହିବା, ଅସାମାଜିକଙ୍କ ତତ୍ବଙ୍କ ସମ୍ପର୍କରେ ସୂଚନା ଦେବା, ସାଇବର କ୍ରାଇମ ସମ୍ପର୍କରେ ସୂଚନା ଦେବା,ମୁଣ୍ଡା ମାର୍କେଟ ରେ ରାତିରେ ବିଦ୍ୟୁତିକରଣ କରିବା, ନିଜ ନିଜ ଘରେ ରହୁଥିବା ଭଡାଟିଆ ଙ୍କ ସମ୍ପର୍କରେ ଥାନାରେ ସୂଚନା ଦେବା,ରାତି ୧୦ ଟା ପରେ ଫୁଡ୍ କୋର୍ଟ ଆଦି ବନ୍ଦ କରିବା ସମ୍ପର୍କରେ ସେ ସୂଚନା ଦେଇ ଏଥିରେ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରାରମ୍ଭରେ ଆବାହକ ଡ଼ଃ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ଥାନାର ବିଭିନ୍ନ ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ନିହାର ଦାସ, ସନ୍ତୋଷ ସ୍ବାଇଁ, ଗଣେଶ ଜୟସିଂହ, ଶ୍ୟାମସୁନ୍ଦର ସ୍ବାଇଁ, ରମେଶ ଯାଦବ, ଚନ୍ଦ୍ରକାନ୍ତ ସାହୁ, ସଞ୍ଜୟ ରଜାକ,ଗାଭିଏଲ ବରୁୱ।,ସଂଗ୍ରାମ ମହାନ୍ତି, ମନୋଜ ନାୟକ,ସୁବାସ ଗୁପ୍ତା, ଶ୍ୟାମଲାଲ ବଡାଇକ, ସଞ୍ଜୟ ନାୟକ, ସୁନିଲ ଜେନା, ସୁଶାନ୍ତ ସ୍ବାଇଁ, ପ୍ରସନ୍ନ ସାହୁ, ଶୁଶାନ୍ତ କୁମାର ଦାସ, ନାରାୟଣ ସିଂହ, ପ୍ରଦୀପ୍ତ କୁମାର ସାହୁ ଓ ଥାନା ପକ୍ଷରୁ ସବଇନ୍ସପେକ୍ଟର ରାଜେଶ ବେହେରା ତଥା ଅନ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ହାଇସ୍କୁଲ କର୍ମଚାରୀ ସିମାଞ୍ଚଳ ଦାସଙ୍କ ପରଲୋକ

Sunil Chandra Nayak

ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର 

Leave a Comment

error: Content is protected !!