ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଅ ଦଫା ଦାବିନେଇ ଜୁନାଗଡ ଓଷ୍ଟାର ଗୋଷ୍ଠୀଶିକ୍ଷାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ 

ଛଅ ଦଫା ଦାବିନେଇ ଜୁନାଗଡ ଓଷ୍ଟାର ଗୋଷ୍ଠୀଶିକ୍ଷାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ 

ଜୁନାଗଡ଼,୩ /୮(ମନୀ ସ)ଜୁନାଗଡ଼ ଓ ଷ୍ଟା ପକ୍ଷରୁ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲା।ଏଥିରେ ଯୋଗ୍ୟ ଅବିବେଚିତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ। ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରୁ ଅବସର ନେଉଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ କରିବା। ଅବସର ବୟସସୀମା ୬୦ ରୁ ୬୨କୁ ବୃଢ଼ିକରିବା। ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଗ୍ରେଡପ୍ ରେ ଥିବା ଅସଙ୍ଗତ ଦୂର କରିବ, ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି କରିବା। ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇନକ୍ରୀମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ବଦଳରେ ପୁରାତନ ପେନସନ ସ୍କିମ୍ ର ପୁନଃ ପ୍ରଚଳନ କରିବା ପ୍ରଭୃତି ଛଅଗୋଟି ଦାବିନେଇ ଶିକ୍ଷକ ମାନେ ମା ଲଙକେଶ୍ବରୀ ଙ୍କ ମନ୍ଦିର ଠାରୁ ରାଲି ରେ ଆସି ଜୁନାଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତପନ ମାଝୀ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କୁ ଆଦିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜୁନାଗଡ ବ୍ଲକ ଓଷ୍ଟାର ସଭାପତି ସୁଭାଷ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ପାଦକ ଚନ୍ଦ୍ରହ।ସ୍ୟ ମେହେର ଓ ସହ ସମ୍ପାଦକ ନିରଞ୍ଜନ ସାହାଣୀ, ବିଜୟ କୁମାର ମଲ୍ଲିକ, ଅଜାମ୍ବର୍ ବନୀୟା, ଅଭିମନ୍ୟୁ ବାରିକ୍, ସଞ୍ଜୀବ ମେହେର, ନରେନ୍ଦ୍ର ମେହେର, ପ୍ରଶାନ୍ତ ନନ୍ଦ, ଧ୍ରୁବ ସରାଫ, ସଞ୍ଜୀବ ପ୍ରଧାନ, ପ୍ରବୀଣ ପଣ୍ଡା, ଚନ୍ଦ୍ରଶେଖର ସିଂ, ସନ୍ଦୀପ ପାଢ଼ୀ, ଦିନବନ୍ଧୁ ନାଏକ, ବନବାସ ନାଏକ, ସୁଶାନ୍ତ ମେହେର, ବଂଶୀଧର ମେହେର, ଶରତଚନ୍ଦ୍ର ଠାକୁର, ଦିଲ୍ଲୀପ ପୁଝାରୀ ଆଦି ଶିକ୍ଷକ ଓ କର୍ମଚାରୀ ରାଳି ରେ ଆସି ପ୍ରତିବାଦ ସଭା କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

Sunil Chandra Nayak

ଗଜ ଲକ୍ଷ୍ମୀ ପୂଜା କଲେ ଜିଲ୍ଲା କିନ୍ନର ସଂଘ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!