ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଲୋପଳା ମହିଚଲା ରାସ୍ତାରେ ମର୍ମନ୍ତୁ ଦୁର୍ଘଟଣା ,୧ ମୃତ

ଗୋଳାମୁଣ୍ଡା/୨୫/୨/ମସିହା/ଗତକାଲି ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଗତ କାଲୋପଳା ମହିଚଳା ରାସ୍ତାରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ  ଚପରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକାଉଣ୍ଟଟେଣ୍ଡ  ସୁଶାନ୍ତ କୁମାର ପାଢୀ ନିଜ ପରିବାରଙ୍କ ସହ ନିଜ ଧଳା ରଙ୍ଗର ଚାରି ଚକିଆ ଯାନରେ ଜୟପୁର କୁ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗତକାଲି ସନ୍ଧ୍ୟା ସମୟରେ ଫେରୁଥିବା ସମୟରେ କାଲୋପଳା ମହିଚଳା ନିକଟରେ ଥିବା ଏକ ଗାତରେ ଜମ୍ପ ହୋଇ ନିକଟରେ ଥିବା ଗଛରେ ଚାରିଚକିଆ ଗାଡି ପିଟି ହେବାରୁ ସେହି ସ୍ଥାନରେ ହିଁ ସୁଶାନ୍ତ ପାଢ଼ୀ ଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ଦୁଇଟି ଛୁଆ ଓ ସ୍ତ୍ରୀ ଏବଂ ସେଥିରେ ଥିବା ପଡ଼ିଶାର ବୃଦ୍ଧା ଙ୍କ ସାଙ୍ଘାତିକ ଅବସ୍ଥାରେ ତାଙ୍କୁ ଜୁନାଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆମ୍ବୁଲାନ୍ସ ଯୋଗେ ଆଣି ଥିବା ସୂଚନା ପାଇ ଚପରିଆ ଡାକ୍ତର ଅସିତ କୁମାର ସାହୁ, ଗୋଳାମୁଣ୍ଡା ଡାକ୍ତର ଶାରଦା ପ୍ରସାଦ ସ୍ୱାଇଁ, ନିର୍ମଳ ପଧାନ ଓ ଚପରିଆ ର ଷ୍ଟାଫ ପହଁଚି ଥିବା ଖବର ମିଳିଛି। ଅନ୍ୟ ପକ୍ଷରେ ତାଙ୍କର ଝିଅ ଓ ପୁଅ ଙ୍କୁ ଭୁବନେଶ୍ୱର   ଅମରି ମେଡ଼ିକାଲ ରେ ସ୍ଥାନତରିତ ହୋଇଛି ବୋଲି ସୂଚନା ମିଳିଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

masiha

ମୟୂରଭଂଜ ଆଦିବାସୀ ଷ୍ଟୁଡେଣ୍ଟ୍ ଆସୋସିଏସନ୍( ମାସା) ତରଫରୁ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବି ପ୍ରଦାନ

masiha

ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!