ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ସ୍ପିନିଂ ମିଲ୍ ପୁନରୁଦ୍ଧାର ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲା ସାଇନିଂ କଳାହାଣ୍ଡି

ଜିଲ୍ଲାର ବିକାଶ ସହିତ ନିଯୁକ୍ତି ସ୍ରୁଷ୍ଟି କରିବାରେ ସହାୟକ ହେବ-ଡ. ଭବାନୀଶଙ୍କର ନିଆଲ

ଭବାନୀପାଟଣା,୨୪/୦୨-କୋଣାର୍କ ସ୍ପିନିଂ ମିଲ ଓ ଜିନିଂ ମିଲର ପୁନରୁଦ୍ଧାର ପାଇଁ ବେଶ୍ କିଛି ବର୍ଷ ହେଲା ରାଜ୍ୟର ଅଗ୍ରଣୀ ସଂଗଠନ ସାଇନିଂ କଳାହାଣ୍ଡି ସମେତ ବିଭିନ୍ନ ରାଜନୈତିକ, ବୁଦ୍ଧିଜୀବୀ ଓ ନାଗରିକ ସଂଗଠନ ପ୍ରମୁଖ ଲଢ଼େଇ ଜାରି ରଖିଥିବାବେଳେ ଏଥିରେ ଦୁଇପାଦ ଆଗକୁ ଯାଇ ସାଇନିଂ କଳାହାଣ୍ଡି ପକ୍ଷରୁ ଜିଲ୍ଲାର ବ୍ରୁହତ୍ତର ଜନସ୍ବାର୍ଥ ଦ୍ରୁଷ୍ଟିରୁ ଏନେଇ ହାଇକୋର୍ଟଠାରେ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଛି ! ହାଇକୋର୍ଟଙ୍କ କେସ୍ ନଂ ୪୪୬୬/୨୦୨୩ରେ ସାଇନିଂ କଳାହାଣ୍ଡି ଦ୍ବାରା ରିଟ୍ ପିଟିସନ୍ ଦାଖଲ ପରେ ମାନ୍ୟବର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧରନ୍ ଓ ବିଚାରପତି ମୂରହରି ଶ୍ରୀରମନଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାକୁ ଗୁରୁତ୍ବର ସହ ନେଇ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ! ଖଣ୍ଡପୀଠ ତରଫରୁ ରାଜ୍ୟ ସରକାର, କ୍ରୁଷି, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ଇଡକୋ, କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ! ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲ ଓ ସାଇନିଂ କଳାହାଣ୍ଡିର ଉପାଧ୍ୟକ୍ଷ ନୀଲମାଧବ ସିଂହଦେଓଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁକାନ୍ତ କୁମାର ଦଳେଇ ମାମଲାଟିର ପରିଚାଳନା କରିବା ସହିତ ସାଇନିଂ କଳାହାଣ୍ଡି ତରଫରୁ ଖଣ୍ଡପୀଠ ଆଗରେ ଯୁକ୍ତି ଉପସ୍ଥାପନ କରିଥିଲେ ! ସୂଚନାଯୋଗ୍ୟ, ରାଜ୍ୟର ୬ ଗୋଟି ସ୍ପିନିଂ ମିଲ ବନ୍ଦହେବା ସତ୍ତ୍ବେ କେସିଙ୍ଗା ସ୍ଥିତ ସ୍ପିନିଂ ମିଲ ଓ ଜିନିଂ ମିଲ ବର୍ତ୍ତମାନ ମଧ୍ୟ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କିନ୍ତୁ ଏହାର ପୁନରୁଦ୍ଧାର ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ପୂର୍ବରୁ ତତ୍କାଳୀନ ଜିଲ୍ଲାପାଳ ଜିନିଂ ମିଲକୁ ଚଳାଇବା ପାଇଁ ପାଖାପାଖି ଦେଢ଼କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ! ସେହିପରି ସ୍ପିନିଂ ମିଲକୁ ଚାଲୁ କରିବା ପାଇଁ ପାଖାପାଖି ୫୦ କୋଟି ଟଙ୍କା ବ୍ୟୟବରାଦର ଆବଶ୍ୟକତା ରହିଛି । ଯଦି ଏହି ଆର୍ଥିକ ଅନୁଦାନ ସହିତ ସ୍ପିନିଂ ମିଲ ଓ ଜିନିଂ ମିଲକୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯାଏ ତା’ହେଲେ ନିଶ୍ଚିତ ଭାବରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ ନବରଙ୍ଗପୁର ଜିଲ୍ଲାର ଲକ୍ଷଲକ୍ଷ ଚାଷୀ ଉପକୃତ ହେବା ସଙ୍ଗେସଙ୍ଗେ ବାର୍ଷିକ ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ମିଳିପାରିବ। ଏହାସହିତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଉନ୍ନତମାନର କପାଚାଷ ପାଇଁ ଏହା ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଉନ୍ନତମାନର ସୂତା ତିଆରି ପାଇଁ ଏହା ସୁଯୋଗ ସ୍ରୁଷ୍ଟି କରିବ ! ଏହାକୁ ନେଇ ଗତ ୨୦୧୫ରୁ ସାଇନିଂ କଳାହାଣ୍ଡି ତରଫରୁ ଲଗାତାର ଭାବରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଆସୁଛି ! ସେହିପରି ଜିଲ୍ଲାର ବିଭିନ୍ନ ଜନସଂଗଠନ, ରାଜନୈତିକ ସଂଗଠନ ଏବଂ ସାମାଜିକ ସଂଗଠନମାନେ ମଧ୍ୟ ଏହା ଉପରେ ରାଜ୍ୟ ସରକାରଙ୍କୁ ବହୁ ଆଗରୁ ଦାବି କରି ଆସୁଛନ୍ତି । ତେବେ କେସିଙ୍ଗାସ୍ଥିତ କୋଣାର୍କ ସ୍ପିନିଂ ମିଲ୍ ଓ ଜିନିଂ ମିଲ୍ ର ପୁନରୁଦ୍ଧାର ହେଲେ ଜିଲ୍ଲାରେ ଧଳାସୁନାର ଆଖ୍ୟା ପାଇଥିବା ଜିଲ୍ଲା ତଥା ଆଖପାଖ ପଡ଼ୋଶୀ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଏବଂ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହ କ୍ରୁଷିଭିତ୍ତିକ ଏଇ ଶିଳ୍ପ ଲୋକଙ୍କୁ ରୋଜଗାର ଯୋଗାଇଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆବେଦନକାରୀ ତଥା ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଡ. ନିଆଲ ଓ ଉପାଧ୍ୟକ୍ଷ ନୀଲମାଧବ ସିଂହଦେଓ ପ୍ରମୁଖ ଆଶା ପ୍ରକାଶ କରିଛନ୍ତି !

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ପ୍ରତିଯୋଗିତା 

masiha

ଗଙ୍ଗାଧର ସାହିତ୍ଯରେ ଧାର୍ମିକ ଭାବନାର ଛାପ

masiha

ଓଡ଼ିଶା ମିଲେଟ ମିଶନର ଦୁଇ ଦିବସୀୟ କର୍ମଶାଳା

Leave a Comment

error: Content is protected !!