ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଙ୍ଗାଲି କେନାଳ ପୋଲ ଠାରୁ ମୃତ ଶବ ଉଦ୍ଧାର

ରେଙ୍ଗାଲି କେନାଳ ପୋଲ ଠାରୁ ମୃତ ଶବ ଉଦ୍ଧାର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ଶବ ପଡି ରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବା କୁ ପାଇଥିଲେ I ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଟିକୁ ଉଦ୍ଧାର କରିଥିଲେ I ତେବେ ଶବ ଟି କର୍ଲାମୁଣ୍ଡା ବସ୍ତି ରେ ରହୁଥିବା ରାଜା ରାମ ନିଆଲ (୩୦)ଙ୍କ ର ବୋଲି ଜଣା ପଡିଥିଲା I ରାଜ ନିଆଲ ରବିବାର ସନ୍ଧ୍ୟାରେ କୌଣସି କାମରେ ଅଗାଧୁପୁର ଗାଁ କୁ ଯାଇ ରାତିରେ ଫେରିବା ସମୟରେ କେନାଲ ରେ ବାଇକ ସହ ପଡି ମୃତ୍ୟୁ ବରଣ କରିଥିବା ସନ୍ଦେହ କରି ରାଜ ଙ୍କ ସମ୍ପର୍କୀୟ ଶଳା ଟୁନୁ ନନ୍ଦ ପୋଲିସ କୁ ଲିଖିତ ଭାବେ ଜଣାଇଛନ୍ତି I ଏନେଇ ଫାଣ୍ଡି ଅଧିକାରୀ ଥବିର ବରିହା ଙ୍କୁ ପଚାରାଯିବାରୁ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ସହ ତଦନ୍ତ ଚାଲିଛି ବୋଲି କହିଥିଲେ I ଏଠାରେ ସୂଚନାଯୋଗ୍ୟ ଯେ ରାଜା ରାମ ଙ୍କ ନିଜ ଘର କୋକସରା ବ୍ଲକ ର ଡୁଙ୍ଗୁରିଗୁଡା ଗ୍ରାମ ର ହୋଇଥିବା ବେଳେ କର୍ଲାମୁଣ୍ଡା ରେ ୨୦୧୫ ମସିହାରେ ବିବାହ କରି ଛୋଟ ଛୋଟ ଦୁଇ ପୁଅ ଓ ପତ୍ନୀ ସହ ରହି ଏଠାରେ ପନିପରିବା ବିକ୍ରି କରି ପରିବାର ପୋଷୁଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଦାମପାହାଡ଼ରୁ ଟାଟା ନଗର ସକାଳୁଆ ଟ୍ରେନ ଚଳାଚଳ ଏବଂ ରାଇରଙ୍ଗପୁରରେ ଉଡନ୍ତା ପୋଲ ନିର୍ମାଣ ପାଇଁ ରାଇରଙ୍ଗପୁର ବାଣିଜ୍ୟ ସଂଘ ତରଫରୁ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କୁ ଲିଖିତ ଦାବିପତ୍ର 

masiha

ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

masiha

ପରିବର୍ତ୍ତନ ଫାଉଣ୍ଡେସନର ଗୁରୁତ୍ଵ ପୂର୍ଣ୍ଣ ବୈଠକ 

masiha

Leave a Comment

error: Content is protected !!