ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ବ୍ଳକ ରେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ

ରାୟଗଡା ବ୍ଳକ ରେ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ

ରାୟଗଡା ତା-4.11.2023 //  ଶନିବାର ଦିନ ରାୟଗଡା ବ୍ଳକ ସଦଭାବନା ଗୃହ ପରିସରରେ ବୁଥ ସ୍ତରୀୟ ଅଧିକାରୀ ଓ କ୍ଷେତ୍ର ପର୍ଯ୍ୟବେକ୍ଷକଙ୍କ ତାଲିମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ବିଡିଓ ଅମୂଲ୍ୟ କୁମାର ସାହୁ, ଜି ପି ଇ ଓ ଗୋପାଳ ପଣ୍ଡା ଓ ଶିକ୍ଷକ ନୀଳାଚଳ ମିଶ୍ର ପ୍ରମୂଖ ସଂକ୍ଷିପ୍ତ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁସ୍ଥ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି କରାଯାଇଥିବା ବିଧି ବ୍ୟବସ୍ଥା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ଵ ଆରୋପ କରିଥିଲେ। ଯୁବ ଓ ଯୋଗ୍ୟ ଭୋଟରଙ୍କ ଶତ ପ୍ରତିଶତ ପଞ୍ଜୀକରଣ ସହ ଅଯୋଗ୍ୟ ଭୋଟର ଙ୍କୁ ବାଦ୍ କରିବା ନିମନ୍ତେ ବିଡିଓ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜାତୀୟକାର୍ଯ୍ୟରେ ସହଯୋଗକରିବା ନିମନ୍ତେ ସମସ୍ତ ଅଧିକୃତ କର୍ମକର୍ତ୍ତାଙ୍କୁ ଅନୁରୋଧକରିଥିଲେ। ଜିପିଇଓ ସ୍ଵତନ୍ତ୍ର ଦିବସ ଯଥା ନଭେମ୍ବର ମାସ ପାଞ୍ଚ, ଏଗାର, ଉଣେଇଶି ଓ ପଚିଶି ତାରିଖ ଦିନ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ସମ୍ପୃକ୍ତ ବୁଥରେ ଉପସ୍ଥିତ ରହି ଆପତ୍ତି ଓ ଅଭିଯୋଗ ମାନ ଗ୍ରହଣ କରିବେ ବୋଲି କହିଥିଲେ। ଶିକ୍ଷକ ନୀଳାଚଳ ମିଶ୍ର ବିଏଲଓ ଆପର ବ୍ୟବହାର କୌଶଳ ବିଷୟରେ ଆଲୋଚନା କରିବା ସହ ଏବେ ଭୋଟର ତାଲିକାରେ ନାମ ପଞ୍ଜିକରଣ, ଆଧାର ସହ ଭୋଟର ପରିଚୟ ପତ୍ର କୁ ଯୋଡ଼ିବା, ସ୍ଥାନ ପରିବର୍ତ୍ତନ ଓ ସଂଶୋଧନ ପ୍ରକ୍ରିୟା ଅତି ସହଜ ହୋଇଥିବା କହିଥିଲେ। ଏହି ଅବସରରେ ସମସ୍ତ ନାଗରିକ ନିଜ ଭୋଟର ତଥ୍ଯ ଅନ୍ଲାଇନ୍ ଅବା ବୁଥ ସ୍ତରରେ ଯାଞ୍ଚ କରିବା ସହ ଯୋଗ, ବାଦ୍ ଅବା ସଂଶୋଧନ ନିମନ୍ତେ ପଦକ୍ଷେପମାନ ନେବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧାଦେବ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନ  ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ 

masiha

ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ରଣପଶି,ଢେଙ୍କାନାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ 

masiha

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!