କଟକ ଜିଲ୍ଲା ଇପିଏଫ ପେନସନର୍ସ ସଂଘ କାର୍ଯ୍ୟକାରୀ କମିଟି ବୈଠକ
କଟକ : କଟକ ଜିଲ୍ଲା ଇପିଏଫ ପେନସନର୍ସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ପୁରୀଘାଟ ସ୍ଥିତ ଗାନ୍ଧୀ ମୂର୍ତ୍ତୀ ଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ରାମଧୁନ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସମ୍ପାଦକ ବିନୋଦ କୁମାର ବେହେରା ସାଂଗଠନିକ ଓ ଆଗାମୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ସର୍ବନିମ୍ନ ପେନସନ ଓ ଉଚ୍ଚତମ ପେନସନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସର୍ବନିମ୍ନ ମାସିକ ପେନସନ ଏକ ହଜାର ଟଙ୍କା ୨୦୧୪ ମିସିହାରୁ ଲାଗୁ ହୋଇଥିଲେ ମଧ୍ୟ ୨୦ ଲକ୍ଷ ପେନସନ ଭୋଗୀ ମାସିକ ଏକ ହଜାରରୁ କମ୍ ପାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର ଖୋସିୟାରୀ କମିଶନ ରିପୋର୍ଟ କାର୍ଯ୍ୟକାରୀ କରୁନଥିବାରୁ ଜାତୀୟ ଉପ ସଭାପତି ଶ୍ରୀ ବ୍ରହ୍ମା କ୍ଷୋଭ ପ୍ରକାଶ କରିଥିଲେ । ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ମାସିକ ସର୍ବନିମ୍ନ ନଅ ହଜାର ଟଙ୍କା ପେନସନ ସହ ମହାଙ୍ଗାଭତା ଦେବାଲାଗି ଶ୍ରୀ ବ୍ରହ୍ମା କେନ୍ଦ୍ର ସରକାରଙ୍କ ଠାରେ ଦୃଢ଼ ଦାବି ଜଣାଇଛନ୍ତି । ଯୁଗ୍ମ ସଂପାଦକ ଅଲେଖ ରାଉତ, ବୁଲେଇ ବେହେରା,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ,ଆଦିତ୍ୟ ପଟ୍ଟନାୟକ, ବିଜୟ କେତନ ସ୍ବାଇଁ ସମସ୍ୟା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାମନ୍ତରାୟ,ମୂରଲୀଧର ବେହେରା,ଶରତ ଚନ୍ଦ୍ର ସେଠୀ, ବନମାଳୀ ବେହେରା,ସୁରେନ୍ଦ୍ରନାଥ ସାହୁ,ଜୀତେନ୍ଦ୍ର ସାହୁ,ଗୈରାଙ୍ଗ ଦାସ, ପ୍ରଶାନ୍ତ ମହାନ୍ତି,ମହେନ୍ଦ୍ର ସାହୁ, କାହ୍ନୁଚରଣ ମହାନ୍ତି, ସୁଦର୍ଶନ ଆଚାର୍ଯ୍ୟ,ଅଧୀବାସ ସାହୁ,ଚୈତନ୍ୟ ସାମଲ,ବିନୋଦ ତ୍ରିପାଠୀ, ଚିତ୍ତରଞ୍ଜନ ଦାସ,ରଞ୍ଜନ ଦାସ, ପ୍ରସନ୍ନ ମିଶ୍ର,ନିରଞ୍ଜନ ବେହେରା,ରତ୍ନାକର ଓଝା ଓ ବିପିନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲ। ହୃଷୀକେଶ ଦାସ ଧନ୍ୟବାଦ ଦେଇଥିଲେ ।
ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍

