ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

ରାଉରକେଲା, ୮/୫/୨୫.– ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ସ୍ତନ୍ୟପାନର ଦ୍ବାରା ସ୍ୱାସ୍ଥ୍ୟ, ପରିବେଶ ଏବଂ ସାମାଜିକ ସୁବିଧା ବିଷୟରେ ଜନମାନସରେ ଜାଗରୁକତା ସୃଷ୍ଟି କରିବା । ୨୦୨୫ର ଥିମ୍ -“ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ: ସ୍ଥାୟୀ ସହାୟତା ବ୍ୟବସ୍ଥା ଗଠନ କରନ୍ତୁ”। ଏହା ସ୍ତନ୍ୟପାନ ପାଇଁ ସୁଦୃଢ଼ ସମର୍ଥନ ବ୍ୟବସ୍ଥା ଗଠନ କରିବାର ଅବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ।

ସହରର ବିଶିଷ୍ଟ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ- ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ଠାରେ ବିଶ୍ବ ସ୍ତନ୍ୟପାନ ସପ୍ତାହ -୨୦୨୫ ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଡାକ୍ତର ପରମାନନ୍ଦ ରଥ ବିଶ୍ୱ ସ୍ତନ୍ୟପାନ ସପ୍ତାହର ମହତ୍ଵ ସମ୍ପର୍କରେ ଆଲୋଚନା କରି କହିଲେ ଯେ, 

ସ୍ତନ୍ୟପାନ ଶିଶୁର ସ୍ୱାସ୍ଥ୍ୟ ଏବଂ ବିକାଶ ପାଇଁ ନିତାନ୍ତ ଆବଶ୍ୟକ । ଏହା ଶିଶୁର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ।ସ୍ତନ୍ୟପାନ କରେଇବା ଦ୍ବାରା ମାଆ ମାନଙ୍କ ସ୍ୱାସ୍ଥ୍ୟ ଉନ୍ନତିରେ ମଧ୍ୟ ସାହାଯ୍ୟ କରିଥାଏ ।ଏହା ସମାଜରେ ସ୍ତନ୍ୟପାନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିଥାଏ । ଡାକ୍ତର ଗୋକୁଳାନନ୍ଦ ସାହୁ ମଧ୍ୟ ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ଆଲୋଚନା କରି ଏହା କିପରି ସ୍ତନ କର୍କଟ ପରି ମାରାତ୍ମକ ରୋଗରୁ ମାଆ ମାନଙ୍କୁ ରକ୍ଷା କରିଥାଏ କହିଥିଲେ। ଅଙ୍ଗନବାଡି ସଦସ୍ୟା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ମହିଳା ସମିତିର ଅନ୍ୟତମ ସଦସ୍ୟା ମଞ୍ଜୁବାଳା ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ପ୍ରୀତି କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନମିତା ଆଚାର୍ଯ୍ୟ, ଭାରତୀ କର, ସାବିତ୍ରୀ ଦାସ, ଗୀତା ସେନାପତି, ସ୍ନିଗ୍ଧା ସାମନ୍ତରାୟ, ସବିତା ନନ୍ଦ, ଗୀତାଞ୍ଜଳି ମିଶ୍ର, ଅନିତା ସାହୁ, ଜ୍ୟୋତି ମହାପାତ୍ର ପ୍ରମୁଖ ମହିଳା ସମିତିର ସଦସ୍ୟା ମାନେ ସହାୟତା କରିଥିବାବେଳେ ଛେଣ୍ଡ୍ କଲୋନୀ, ବାଗୁଡ଼ି ବସ୍ତି ଆଦି ରେ ଥିବା ଅଙ୍ଗନବାଡି କେନ୍ଦ୍ରର ଆଶା ଦିଦି – ଶାନ୍ତି କୁସୁମା , ପ୍ରଭାତୀ ମୁଣ୍ଡାରି , ବିଜୟଲକ୍ଷ୍ମୀ ପ୍ରଧାନ, ଅନିତା ନାଏକଙ୍କ ନେତୃତ୍ବରେ ସନ୍ତୋଷୀ ମୁଣ୍ଡାରୀ, ପିଙ୍କୀ ଦେବୀ, ଅର୍ସାଲାନି ମୁଣ୍ଡାରି, ଗୀତା ଗୋପ, ସୁନୀତା ଖେସ, ବୁଧୁନୀ ମୁଣ୍ଡାରୀ, ଆଲବିନା ଯୋଜୋ, ରେସମା ଟୋପ୍ନୋ, କିତିନୀ ମୁଣ୍ଡାରୀ, ସୁଖନି ବାଡାଇକ, ପୂଜା ମୁଣ୍ଡାରୀ, ବିଜୟଲକ୍ଷ୍ମୀ ବର୍ଦ୍ଧନ ଏବଂ ତିଳବତୀ କେରକେଟା ପ୍ରମୁଖ ଅଙ୍ଗନବାଡ଼ି ସଦସ୍ୟା ମାନେ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋଟରସାଇକେଲ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର 

Sunil Chandra Nayak

“ଥର୍ମୋ-ଇଲେକ୍ଟ୍ରୋ-ଯାନ୍ତ୍ରିକ ଶକ୍ତି ପରିବର୍ତ୍ତନ” ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳା

masiha

ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!