ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

କଟକ : ୪୨ ମୌଜା ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ପବିତ୍ର ରକ୍ଷା ବନ୍ଦନ ଉତ୍ସବ ଓଁ ଶାନ୍ତି ଆଶ୍ରମରେ ସମାଜସେବୀ ତଥା ଆଶ୍ରମର ଭାଇ ରୁଦ୍ର ନାରାୟଣ ଦାସଙ୍କ ପୌରାହିତରେ ଏକ ଆଧ୍ୟାତ୍ମିକ ସଭା ହୋଇଥିବା ବେଳେ ଆଶ୍ରମର ମୁଖ୍ୟ ବି.କେ.ରୀନା ଭଉଣୀ,ବି.କେ.ସେତ୍ବପଦ୍ମା ଭଉଣୀ ଓ ବେଣ୍ଟକlର ନୋଡାଲ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ମହାପାତ୍ର ଅତିଥି ଭାବରେ ରକ୍ଷା ବନ୍ଦନର ମହତ୍ୱ ଉଦ୍ଦେଶ୍ୟ ଓ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଆଧ୍ୟାତ୍ମିକ ଓ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ କରି ବିଜୟ କୁମାର ରାଉତରାୟ,ଇଂ.ଅଶୋକ ବିଶ୍ୱାଳ,ବିନୋଦ ବିହାରୀ ବେହେରା,ଗଣେଶ୍ୱର ଦାଶ,ଡକ୍ଟର କଲିମୁଲ୍ଲା,ଅଭୟ ଦାସ,ପ୍ରଫୁଲ ଦାସ,ପ୍ରଭାତ କୁମାର ଖଟୁଆ,ନାରାୟଣ ଚନ୍ଦ୍ର ମହାନ୍ତି,ବିଶ୍ୱଜିତ ପ୍ରଧାନ,ଅଭିରାମ ଦଳେଇ,ଉପେନ୍ଦ୍ର ବାରିକ,ସନ୍ତୋଷ କୁମାର ଭୋଇ,ପ୍ରିୟ ରଂଜନ ଖଟୁଆ,ଶାନ୍ତରମ ଆଚାର୍ଯ୍ୟ,ଶଶାଙ୍କ ମହାନ୍ତି, ବିଶ୍ୱଜିତ ଭୋଳ,ବିଜୟ ସାହୁ,ସବିତା ଦାଶ,ସୁମିତା ଦେବତା,ଶୁଭଶ୍ରୀ ସାମଲ,ସୁଜାତା ବାରିକ,ତିଳୋତମା ସ୍ୱାଇଁ,ବିନିତା ଶତପଥି,ସସ୍ମିତା ମହାପାତ୍ର ଉପସ୍ଥିତ ଥିଲେ । ଝିଲି ଭଉଣୀ,ପୂଜା ଭଉଣୀ,ଵୁଚୁ ଭାଇ,ପ୍ରସ୍ନନ ଭାଇ,ସୁଜ୍ଞାନୀ ଭାଇ,ମୁନା ଭାଇ ଓ ଅନ୍ୟ ଭାଇ ଭଉଣୀ ମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆର୍ତ୍ତ ଭାଇ ଧନ୍ୟବାଦ ପ୍ରଦାନ କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

masiha

ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଅନୁଷ୍ଠିତ 

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!