ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରେନ ଉପରୁ ପଡି ଜଣେ ମୃତ 

ଡ୍ରେନ ଉପରୁ ପଡି ଜଣେ ମୃତ 

ଡାବୁଗାଁ, ୧୦/୮ (ମ.ନି.ସ.)- ରବିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମୁଖରେ ଥିବା ଜଣେ ଓଲଡିଙ୍ଗ ଦୋକାନୀ ଡ୍ରେନ ଉପରୁ ପଡି ଯାଇ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଉତ୍ତର ପ୍ରଦେଶ ରାଜ୍ୟର କାନପୁର ସହରର ଅମଜାଦ ଖାନ (୩୫) ପ୍ରାୟ ୫ ବର୍ଷ ରୁ ଊର୍ଦ୍ଧ୍ଵ ଡାବୁଗାଁ ବ୍ଲକ ସଦର ମହକୁମାଠାରେ ରହି ବ୍ଲକ ସମ୍ମୁଖରେ ଏକ ଛୋଟ ଗ୍ୟାସ ଓଲଡିଙ୍ଗ ଦୋକାନ କରି ପରିବାର ପରିବାର ପ୍ରତିପୋଷଣ କରୁଥିଲା | ଅପରାହ୍ନ ୫ ଘ. ସମୟରେ ଦୋକାନ ଆଗରେ ଥିବା ଡ୍ରେନ ବସିଥିଲେ | ହଠାତ ଡ୍ରେନ ଉପରୁ ତଳକୁ ପଡି ଯାଇ ବେହୋସ ହୋଇଯାଇଥିଲେ | ପରେ ଡାବୁଗାଁ ଅଗ୍ନିସମ ଗାଡି ଆସି ତାଙ୍କୁ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ | ଖବରପାଇ ଡାବୁଗାଁ ଓ ପାପଡାହାଣ୍ଡି ର ମୁସଲିମ ସମ୍ପ୍ରଦାୟର ଲୋକେ ଡାବୁଗାଁ ଡାକ୍ତରଖାନାରେ ପହଞ୍ଚି ଏକ ବେସରକାରୀ ଆମ୍ବୁଲାନ୍ସ ଯୋଗେ ମୃତ ଶରୀର କୁ କାନପୁର ପଠାଇବାର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେରେସିଂହାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ଉତ୍କଳ ଦିବସ ପାଳନ ଅବସରରେ ଭୂତଳ ଜଳର ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!