ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ରାଉରକେଲା : ସ୍ଥାନୀୟ ବାସନ୍ତୀ କଲୋନି ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନବ ସୃଜନ : ସ୍ଥାୟୀ ଓ ବିକଶିତ ଭାରତ ଆଧାରିତ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ବିଶ୍ୱାଳଙ୍କ ସଭାପତିତ୍ଵ କରିଥଲେ। କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ପ୍ରଦର୍ଶନୀରେ ୬୦ଟିରୁ ଊର୍ଦ୍ଧ୍ୱ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ସୀତା ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ବିଶ୍ୱାଳ, ସମାଜସେବୀ ରଜନୀକାନ୍ତ ସ୍ୱାଇଁ , ପ୍ରାକ୍ତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାଇମୁଲ ହକ, ବର୍ତ୍ତମାନ ପରିଚାଳନା କମିଟି ମୁଖ୍ୟ ସୁଶାନ୍ତ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଅତିଥିଗଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରଦର୍ଶିତ ବିଜ୍ଞାନ ମଡେଲ ସବୁ ପରିଦର୍ଶନ କରିବା ସହ କୁନି ବୈଜ୍ଞାନିକ ମାନଙ୍କ ସହ ଭାବ ବିନିମୟ କରିଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହ ଦେଶର ପ୍ରଗତି ପାଇଁ ନୂତନ ଜ୍ଞାନ ସୃଷ୍ଟି ଓ ବ୍ୟବହାର କରିବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ବିଜ୍ଞାନ ଭିତ୍ତିଭୂମିର ବିକାଶ ତଥା ସ୍ଥାୟୀ ବିକାଶ ଓ ବିକଶିତ ଭାରତ ତଥା ଧ୍ବଂସାଭିମୁଖୀ ମନୁଷ୍ୟ ସମାଜକୁ ସଚେତନ କରିବା ଦିଗରେ ଏପରି ପ୍ରଦର୍ଶନୀ ଅଧିକ ଉପଯୋଗୀ ବୋଲି ସେମାନେ ମତ ଦେଇଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରୂପକ ପାତ୍ର। ଏଥିରେ ବିଜ୍ଞାନ ଶିକ୍ଷୟିତ୍ରୀ ମରିୟମ ଏକ୍କା, ବର୍ଷାରାଣୀ ପ୍ରଧାନ, ସ୍ନେହମୟୀ ଦାସ, ନିକିତା ସେଠ, ସୁମିତ ନାଏକ ତଥା ବିଜ୍ଞାନ ଓ ଗଣିତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ଅପର୍ଣ୍ଣା ବେହେରାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆବଶ୍ୟକୀୟ ପରିଚାଳନା ଓ ସହଯୋଗ କରିଥିଲେ। ଏହାବ୍ୟତୀତ ଶିକ୍ଷୟିତ୍ରୀ ରିନି ତିଗା, ନଳିନୀପ୍ରଭା ସାହୁ ଏବଂ ମମତା ସାମଲ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବସନ୍ତ ହଂସ ଧନ୍ୟବାଦ୍ ଅର୍ପଣ କରିଥଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

masiha

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

Sunil Chandra Nayak

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!