ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାବିରୋଡ ହାଟ ପଡିଆରେ କଂଗ୍ରେସର କର୍ମୀ ସମ୍ମିଳନୀ

ମହାବିରୋଡ ହାଟ ପଡିଆରେ କଂଗ୍ରେସର କର୍ମୀ ସମ୍ମିଳନୀ                                

କାମାକ୍ଷାନଗର (ମନିସ)10/8/25 —  ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ହାଟ ପଡିଆରେ ରବିବାର ଦିନ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ସାଧାରଣ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ତଥା ଢେ଼ଙ୍କାନାଳ ଓବିସି ସେଲ ସଭାପତି ରଞ୍ଜିତ କୁମାର ସାହୁ ( ଟୁଟୁ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଚିରଞ୍ଜିବୀ ବିଶ୍ବାଳ , ପ୍ରଭୁଦତ୍ତ ଭଟ୍ଟ ଯୋଗ ଦେଇଥିବା ବେଳେ ବ୍ଲକର ପୁରୁଣା କର୍ମୀ ଧନେଶ୍ଵର ସାହୁ ,ଦୀପକ ବେହେରା , ଡି, ଜେନା , ବିପିନ ସାହୁ ,ଦଣ୍ତଧର ସାହୁଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । କିପରି ତୃଣମୂଳ ସ୍ତରରୁ ଦଳର ସଂଗଠକକୁ ମଜବୁତ୍ କରାଯିବ ସେ ନେଇ କର୍ମୀ ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ ଦଳକୁ ମଜବୁତ୍ ସ୍ତରରେ ପହଞ୍ଚାଇବାକୁ ହେଲେ ନିଜ ନିଜ ମଧ୍ୟରେ ମତଭେଦ ନରଖି ସଂଗଠନ ପ୍ରତି ଦୃଷ୍ଟି ଦେବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁ ଦଳୀୟ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରିଲା ପ୍ରଚାର; ମୟୂରଭଞ୍ଜ କାହାକୁ ଦେବ ଆଶୀର୍ବାଦ?

masiha

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ର ନୂତନ ସଭାପତି ଭାବେ ଜଗାକାଳିଆ ମନୋନୀତ

Sunil Chandra Nayak

Leave a Comment

error: Content is protected !!