ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିରୁପାକ୍ଷ ଶିବ ମନ୍ଦିରର ଭୂମିପୂଜନ ଉତ୍ସବ

ବିରୁପାକ୍ଷ ଶିବ ମନ୍ଦିରର ଭୂମିପୂଜନ ଉତ୍ସବ 

ଲାଞ୍ଜିଗଡ଼, ୧୧/୦୮(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିମୁଣ୍ଡା ବୈରାଗୀ ଡୁଙ୍ଗରିଠାରେ ଆଜି ଶ୍ରୀ ଶ୍ରୀ ବିରୁପାକ୍ଷ ଶିବ ମନ୍ଦିରର ଭୂମି ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିରୁପାକ୍ଷ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ଏହି ସମାରୋହରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ବରିଷ୍ଠ ନାଗରିକ ଦୀପକ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଭୂମି ପୂଜନ କାର୍ଯ୍ୟକ୍ରମରେ ଦୈତାରୀ ଶବର, ଅଶୋକ ବିଶ୍ୱାଳ, ଜଗମୋହନ ଛତର, ଭାଗିରଥୀ ମିର୍ଦ୍ଧା, ସନ୍ତୋଷ ବିଶ୍ୱାଳ ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ପୂଜକ ଭାବେ ମଧୁସୂଦନ ପାଢ଼ୀ ଦାୟିତ୍ୱ ତୁଲାଇଥିବାବେଳେ ଡିଲେଶ ବାଗ ସହଯୋଗ କରିଥିଲେ। ପାଣିମୁଣ୍ଡା ସହିତ ଗୋବର୍ଦ୍ଧନପୁର, ବାଙ୍କେଲ, ଲକଟାଖମନ, ଭାଲୁଚଞ୍ଚରା ଆଦି ବିଭିନ୍ନ ଅଞ୍ଚଳରୁ ହଜାରେରୁ ଉର୍ଦ୍ଧ୍ଵ ଭକ୍ତ ଓ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। କମିଟିର ସଭାପତି ତପନ କୁମାର ମାଝୀ, ଉପସଭାପତି କୁମାର ଗୌରବ ପରିଡ଼ା ଓ ଧର୍ମରାଜ ବାଗ, ସାଧାରଣ ସମ୍ପାଦକ ଦିଲୀପ କୁମାର ପଧାନ, ସମ୍ପାଦକ ଅମିତ କୁମାର ଭୋଇ , ଭୁଜନ ହାତୀ, କୋଷାଧ୍ୟକ୍ଷ ନେତ୍ରାନନ୍ଦ ମହାରଣା, ସହ କୋଷାଧ୍ୟକ୍ଷ ବେଣୁଧର ଶବର, ଉପଦେଷ୍ଟା ପ୍ରସନ୍ନ ପରିଡ଼ା, ସୁବନ ଭୋଇଙ୍କ ସହିତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଧାୟକ ପ୍ରଦୀପ କୁମାର ଦିଶାରୀ ବିଧାୟକ ପାଣ୍ଠିରୁ ବିରୁପାକ୍ଷ କମ୍ୟୁନିଟି ହଲ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇଦେବେ ବୋଲି ତାଙ୍କ ପ୍ରତିନିଧି ଶ୍ରୀ ଘଡେଇ ସୂଚନା ଦେଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଦ୍ବାଦଶୀ ତିଥୀ ରବିବାରରେ ବାବା ନୃସିଂହନାଥ ପୀଠରେ ପୂଜାର୍ଚ୍ଚନା

masiha

ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭ

Sunil Chandra Nayak

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!