ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକ ମରୁଡି ; ୭ ଜଣରୁ ୩ ଜଣ ଡେପୁଟେସନ;ଉନ୍ନୟନ କାମ ଆଗେଇବ କେମିତି ? ଜନସାଧାରଣ ହନ୍ତସନ୍ତ 

ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକ ମରୁଡି ; ୭ ଜଣରୁ ୩ ଜଣ ଡେପୁଟେସନ;ଉନ୍ନୟନ କାମ ଆଗେଇବ କେମିତି ? ଜନସାଧାରଣ ହନ୍ତସନ୍ତ 

ମୟୂରଭଂଜ – ୧୧/୦୮ — ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ୭ ଜଣ ରାଜସ୍ବ ନିରିକ୍ଷକଙ୍କ ମଧ୍ୟରୁ ୩ ଜଣ ଡେପୁଟେସନରେ ବାହାରକୁ ଯାଇଛନ୍ତି ।ସେହି ୩ ଜଣ ସୁଳିଆପଦା,କୁଳିଅଣା ଏବଂ ବିଶୋଇକୁ ଯାଇଛନ୍ତି । ରାଇରଙ୍ଗପୁର ତହସିଲରେ ନୂଆଗାଁ ଆରଆଇ,ରାଇରଙ୍ଗପୁର ମ୍ୟୁନିସିପାଲଟି ଆରଆଇ ଏବଂ ଗୋରୁମହିଷାଣୀ ଆରଆଇ ପଦ ଖାଲି ପଡ଼ିଛି ।ସେହି ଡେପୁଟେସନରେ ଯାଇଥିବା ଆର ଆଇ ମାନେ ରାଇରଙ୍ଗପୁର ତହସିଲ ଅଧିନରେ ଦରମା ପାଉଛନ୍ତି କିନ୍ତୁ କାମ କରୁଛନ୍ତି ସୁଳିଆପଦା,କୁଳିଅଣା ଏବଂ ବିଶୋଇରେ ।ସେହି ୩ ଟି ତହସିଲରେ ତହସିଲରେ ଦୁଇ ଜଣ ଲେଖାଏଁ‌ ଅଧିକା ଆରଆଇ କାର୍ଯ୍ଯରତ ଅଛନ୍ତି ।ରାଇରଙ୍ଗପୁର ତହସିଲରେ ଆର ଆଇ ମାନଙ୍କ ଡେପୁଟେସନ ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।ସେମାନଙ୍କ ଅଭାବ ଯୋଗୁଁ ଗ୍ରାମସଭା,ପଲ୍ଲୀସଭା ଉନ୍ନୟନ କାମ,ଜମି ଚିହ୍ନଟ ସବୁ ଠପ୍ ହୋଇଯାଇଛି ।ଇତି ମଧ୍ୟରେ ବହୁ କୋଟି କୋଟି ଟଙ୍କାର ପ୍ରକଳ୍ପ ରାଇରଙ୍ଗପୁର ତହସିଲ ଅଞ୍ଚଳକୁ ସୁଅ ଛୁଟିଛି ।ହେଲେ ପ୍ରକଳ୍ପ ଓ ଉନ୍ନୟନ ପାଇଁ ରାଜସ୍ବ ନିରୀକ୍ଷକ ମରୁଡି ଚିନ୍ତା ବଢାଇ ଦେଇଛି ।ପ୍ରକଳ୍ପ ପାଇଁ ଜମି ଚିହ୍ନଟ ମାପଜୁପ କରିବ କିଏ ?ତେଣୁ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଧ୍ୟାନ ଦେଇ ଆରଆଇ ମାନଙ୍କୁ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ଆଣିବା ପାଇଁ ସାଧାରଣରେ ଦାବି ହେଉଛି। ‌

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

masiha

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!