ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

ରାୟଗଡ଼ ତା ୧୪-୮-୨୦୨୫ —      ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଆଜ ଗୁରୁବାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥି ନିମନ୍ତେ ସ୍ଥାନୀୟ ରିଳା୍ୟାନ୍ସ ପେଟ୍ରୋଲ ପମ୍ପ  ଠାରୁ ବାହାରି କାଟିଲାଗୁଡା ତରଣୀ ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ଼କୁ ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅlପ୍ପlଲ ସ୍ୱାମୀ କାଡ୍ରାକା, ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ l ପ୍ରତ୍ୟକ ନାଗରିକଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ମୂଳ ଲକ୍ଷ ବୋଲି ମାନ୍ୟବର ବିଧାୟକ ଶ୍ରୀ କାଡ୍ରlକା କହିଥିବା ବେଳେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି କହିଲେ ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ସ୍ଥିର ଦେଶପ୍ରେମ ଜାଗ୍ରତ କରିବା, ନାଗରିକ ଗର୍ବକୁ ପ୍ରୋତ୍ସାହିତ କରିବା ଏବଂ ଆମର ଗଣତନ୍ତ୍ର ଏବଂ ସ୍ୱାଧୀନତାର ଏକ ଜୀବନ୍ତ ପ୍ରତୀକ ଭାବରେ ତିରଙ୍ଗାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା l 

 ଏହି କାର୍ଯ୍ୟକ୍ରମ କ୍ରମରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବର୍ଗର ଅଂଶଗ୍ରହଣ କରି ରିଳା୍ୟାନ୍ସ ପେଟ୍ରୋଲ ପମ୍ପ ଠାରୁ କଟଲାଗୁଡା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ୪କିଲୋମିଟର ଦୂର ଦୌଡ଼ିଥିଲେ l ପୁରୁଷ ବର୍ଗର ଓ ମହିଳା ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ଦିନ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଖେଳ ଶିକ୍ଷକ ପ୍ରଶାନ୍ତ ନାୟକ, ରୀତାରାଣୀ ମିଶ୍ର, ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ ପରିଚାଳନା କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଜଳବନ୍ଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବ ୧୬ ଗାଁ , ୧୨୫ କୋଟି ୬୧ ଲକ୍ଷ ବ୍ୟୟ ଅଟକଳ ମଞ୍ଜୁର , ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିର୍ମାଣ ହେବ ସେତୁ

ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

masiha

ରେଙ୍ଗାଲୀ ଦକ୍ଷିଣ କେନାଲ ଜଳ ସେଚନ ଲ୍ଯାନଡିଟ୍ ସଠିକ ଭାବେ କରି ନଥିବାରୁ ଚାଷୀମାନେ ଅସନ୍ତୋଷ

Leave a Comment

error: Content is protected !!