ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ଯାଦବ, ଜୟ ମାଧବ ନାରାରେ ଜୁନାଗଡ଼ ସହର ପ୍ରକମ୍ପିତ, ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵକୁ ନେଇ ସହରରେ ବିଶାଳ ରାଲି

ଜୟ ଯାଦବ, ଜୟ ମାଧବ ନାରାରେ ଜୁନାଗଡ଼ ସହର ପ୍ରକମ୍ପିତ,

ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵକୁ ନେଇ ସହରରେ ବିଶାଳ ରାଲି

ଜୁନାଗଡ଼,୧୬/୮(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵକୁ ନେଇ ଏକ ବିଶାଳ ଶୋଭାଯାତ୍ରା ର ଅୟୋଜନ କରାଯାଇଥିଲା।ଜୁନାଗଡ଼ ନନ୍ଦୋତ୍ସଵ ପାଳନ କମିଟି ପକ୍ଷରୁ ହଜାର ହଜାର ପୁରୁଷ ମହିଳା, ଯୁବକ, ଛାତ୍ର ସଂକୀର୍ତ୍ତନ, ଡିଜେ ବାଦ୍ୟର ତାଳେ ତାଳେ ଜୟ ଶ୍ରୀକୃଷ୍ଣ, ଜୟ ଯାଦବ,ଜୟ ମାଧବ ନାରାଦେଇ, ସହରର ରାଜ ରାସ୍ତାରେ ଏକ ବିଶାଳ ରାଲି କରିଥିଲେ।ରାଲି ସ୍ଥାନୀୟ କନକଦୁର୍ଗା ମନ୍ଦିର ନିକଟରୁ ଆରମ୍ଭ କରାଯାଇ, ଲଙ୍କେଶ୍ୱରୀ ମନ୍ଦିର ଦେଇ ଟାଉନହଲ ପର୍ଯ୍ୟନ୍ତ ଯାଇଥିଲା।ଯାଦବ ସମାଜର ହଜାର ହଜାର ଆବାଳ ବୃଦ୍ଧ ବନିତା ଉତ୍ସାହର ସହ ସତ ପ୍ରବୃତ୍ତ ଭାବରେ ଏହି ରାଳିରେ ସାମିଲ ହୋଇଥିଲେ।ଏହି ସଂଖ୍ୟା ବହୁଳ ଜାତି ନିଜର ସ୍ଥିତି ଓ ପରାକାଷ୍ଠା ଜାହିର ପାଇଁ ଆଜି ଏକତ୍ରିତ ହୋଇ, ନନ୍ଦୋତ୍ସଵ ମାଧ୍ୟମରେ ନିଜର ସଂଖ୍ୟା ବହୁଳତା ପ୍ରତିପାଦିତ କରିବା ଉଦ୍ୟମ ମଧ୍ୟ ବୋଲି, ରାଲି ସମୟରେ ଲୋକେ ଆଲୋଚନା କରୁଥିଲେ।ଆଜିର ଏହି ବିଶାଳ ରାଲି ଯୋଗୁଁ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା।ଆଜିର ଏହି ରାଲି ସମୟରେ ବରିଷ୍ଠ ଯାଦବ ନେତୃତ୍ୱ ଅରୂପା ନାଗ, ବ୍ଲକ ସଭାପତି ଗୌର ହରିବାଗ,ନଗର ସଭାପତି କୁମାର ଭାଟି, ଦେବରାଜ ଗହୀର, ଭାଜପା ଜିଲ୍ଲା ସଭାପତି ଯୁଗଳ ପୋଢ଼, ନଳିନୀ ରାଉତ, ପରମେଶ୍ବର ମୋଟେଲ,ଜିଲ୍ଲା ପରିଷଦ ସଭ୍ୟା ସଂଗୀତ ଖରସେଲ, ଅନ୍ତ ବାଗ, ଚୈତନ ହଂସ, ଯୁବ ଯାଦବ ପକ୍ଷରୁ ପୁଣ୍ୟବ୍ରତ ନିଆଲ, ସୁରେଶ ବାଗ, ଟିଆ ଯାଦବ, ହାଡୁ ଯାଦବ, ବୁଢ଼ାରଜା ଭଣ୍ଡାରଘରିଆ,ଭୋଳା ଯାଦବ, ଜଶ୍ମୀର ଯାଦବ, ପ୍ରମୁଖଙ୍କ ସହିତ ହଜାର ହଜାର ଯାଦବ ଉପସ୍ଥିତ ଥିଲେ।ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଯାଦବ ସଙ୍ଗଠନକୁ ବ୍ୟାପକ ଭାବେ ସୁଧରୁଡ଼ କରି, ଯଦୁପତି ଶ୍ରୀକୃଷ୍ଣଙ୍କ ବାର୍ତ୍ତାକୁ ସମଗ୍ର ମାନବ ସମାଜକୁ ପହଞ୍ଚାଇବାକୁ ମତପ୍ରକାଶ ପାଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭଳିଆ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଅ, ଧାନ ର ଏମ.ଏସ.ପି ଡବଲ କର, ପେସା ଆକ୍ଟ ଲାଗୁ କର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ସାଂସଦ ରାଜ୍ୟସଭା ଶ୍ରୀ ନିରଞ୍ଜନ ବିଶି ଙ୍କ କଡା ମନ୍ତବ୍ୟ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

Sunil Chandra Nayak

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ 

Sunil Chandra Nayak

Leave a Comment

error: Content is protected !!