ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଗୃହ ପାଇବାର ମାପକାଠି ରେ ଦାନୀ ଗୁଡା ବୃଦ୍ଧ ବୃଦ୍ଧା ଯୋଗ୍ୟ ହେଲେନି ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

ତେନ୍ତୁଳିଖୁଣ୍ଟି ୨୭/୦୧/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୂଜାରୀଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାନିଗୁଡ଼ା ଗ୍ରାମ ରେ ରହନ୍ତି ବୃଦ୍ଧା ଦମ୍ପତି ପୁରୁଷୋତ୍ତମ ମାଝୀ(୭୦) ସ୍ତ୍ରୀ ସୁନାଫୁଲ ମାଝୀ। ଦେଶ ଗତକାଲି ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନ କରିଛି ,ବ୍ଲକ୍ ର ବିକାଶ ଜିଲ୍ଲାର ବିକାଶ ଯୋଜନା ଉପରେ ଯୋଜନା ପାଠ କରୁଥିବା ବେଳେ,ଏହି ଦମ୍ପତି କୁ ଦେଖିଲେ ସତରେ ସରକାର ଯୋଜନା କରିଥିବା ଆବାସ ଯୋଜନା ରେ ଏମାନଙ୍କ ବ୍ୟତୀତ ଆଉ କିଏ ବା ପାଇବ ? ସରକାର ଙ୍କ ଆବାସ ଗୃହ ଚିହ୍ନଟ ର ଯୋଗ୍ୟତା ର ମାପକାଠି ରେ ଏମାନେ ଯୋଗ୍ୟ ବୋଧହୁଏ ହୋଇ ପାରିଲେନି ! ଏମାନଙ୍କ ବୟସ ଅଛି ନା ଏମାନେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅଭିଯୋଗ କରିବାକୁ ଯାଇ ପାରିବେ? ଦେହ ରେ ଶକ୍ତି ନାହିଁ, ବାଡ଼ି ସାହାଯ୍ୟ ରେ ଘର ଠୁ ବାହାରକୁ ବାହାରୁଛନ୍ତି। ପରିଣତ ବୟସ ରେ ମଧ୍ୟ ନାହି ନ ଥିବା ଯନ୍ତ୍ରଣା ରେ ଆଉଟୁ ପାଉଟୁ ହୋଇ ରହିଛନ୍ତି।ସରକାର ଙ୍କ ଠାରୁ ମାତ୍ର ମାସିକ ଭତ୍ତା ୫ଶହ ଟଙ୍କା ଉଭୟେ ପାଉଥିବା ବେଳେ, ରାସନ କାର୍ଡ ରେ ୩୫କିଲୋ ଚାଉଳ ହିଁ ଏମାନଙ୍କ ଭରସା। ଏତିକି ରେ ମାସ ର ପେଟ ପୋଷିବା ପାଇଁ ହେଉ ନ ଥିବା ବେଳେ ଘର କେତେ ବେଳେ ତୋଳିବେ। ଗତ ବର୍ଷ୨୦୨୨ ଜୁନ ଜୁଲାଇ ମାସ ରେ ଯେଭଳି ବର୍ଷା ହେଉଥିଲା ମାଟି ଘର ଧୀରେ ଧୀରେ ଭୁଷୁଡି ବାରେ ଲାଗିଥିଲା। ବିଜୁଳି ଯେମିତି ମାରୁଥିଲା ବୃଦ୍ଧ ଦମ୍ପତି ଭଗବାନ ଙ୍କୁ ହିଁ ଅନାଇ ଅନାଇ ରାତି ପାହି ଯାଉଥିଲା। ସତରେ ଏମାନଙ୍କ ପାଇଁ ଓଡ଼ିଶା ସରକାର ଜନ୍ମ ଠାରୁ ମରଣ ଯାଏଁ ଯୋଜନା ଅପହଞ୍ଚ । ଯୋଜନା ଦେଖିଲେ ଲାଗୁଛି ଏମାନଙ୍କ ପାଇଁ କେବେ ଯୋଜନା ଲାଗୁହେବ ? ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଷ୍ଟି ଉନ୍ନୟନ ଅଧିକାରୀ ସରପଞ୍ଚ ଗତ ୨୦୨୨ସେପ୍ଟେମ୍ବର ରେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଗ୍ରାମରେ ଗସ୍ତ କରି ଆବାସ ଯୋଜନା ରେ ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ଏଥିପାଇଁ ଆବଶ୍ୟକ ଆଧାର କାର୍ଡ ରେସନ୍ କାର୍ଡ ଭୋଟର କାର୍ଡ ବି ବୃଦ୍ଧା ଦମ୍ପତି ଦେଇଥିଲେ।ହେଲେ ଏବେ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ୩ହଜାର ୩ଶହ ୪୮ଘର ଆସିଥିବା ବେଳେ ଏମାନଙ୍କ ନାମ ନାହିଁ, ପୁଣି ଆବାସ ଘର ଆଉ କିଛି ବଢିପାରେ ବୋଲି ସୂଚନା ମିଳିଛି। ଆବାସ ଯୋଜନା ରେ ଯେଉଁମାନେ ବାଦ୍ ପଡିବେ ସେ ମାନଙ୍କ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍କା ଘର ନିର୍ମାଣ ପାଇଁ ଅନୁଦାନ ଦେବାକୁ ଯୋଜନା କରୁଥିବା ବାହାବା ମାରୁଛନ୍ତି।ଏଭଳି ଦମ୍ପତି ବ୍ୟତୀତ ବ୍ଲକ୍ ର୧୫ଟି ଗ୍ରାମ ପଞ୍ଚାୟତ ରେ ଏଭଳି ରହି ଯାଇଥିବା ହିତାଧିକାରୀ ମାନଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ତାଲିକା ଭୁକ୍ତ କରି ସାମିଲ କରିବାକୁ ବ୍ଲକ୍ କଂଗ୍ରେସ ବ୍ଲକ୍ ବିଜେପି ଦଳ ତରଫରୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରି କାମ ସାରି ଦେଇଛନ୍ତି। ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ….  ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ଶୋଭାଯାତ୍ରାରେ ଆଦିବାସୀ ଙ୍କ ଶକ୍ତି ପ୍ରଦର୍ଶନ

masiha

Leave a Comment

error: Content is protected !!