ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରଠାରେ ୭୯ ତମଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

ନବରଙ୍ଗପୁରଠାରେ ୭୯ ତମଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ 

ନବରଙ୍ଗପୁର:( ତା ୧୬.୮.୨୦୨୫)(ରବି ନାରାୟଣ ମହାନ୍ତି) ଗତକାଲି ୧୫.୮.୨୦୨୫ ତାରିଖ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମାନ୍ୟବର ମନ୍ତ୍ରୀ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓଡ଼ିଶା ସରକାର ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ଘ ୭.୦୦ ମିନଟ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଙ୍କ ଠାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳ ଙ୍କ ଦ୍ଵାରା ସ୍କୁଲ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଭାତଫେରି,ସକାଳ ୭.୩୦ ମି ସମୟରେ ସହର ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ଙ୍କ ସହ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ , ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପତାକା ମଞ୍ଚରେ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଦେଶ ତଥା ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ମହାନତା,ପାପଢାହାଣ୍ଡି ସହିଦଙ୍କ ବଳିଦାନ ଓ ସହିଦ ଲକ୍ଷ୍ମଣ ନାୟକ ଙ୍କ ବିରତ୍ଵ କୁ ସ୍ମରଣ କରି ନବରଙ୍ଗପୁର ଜିଲ୍ଲାକୁ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ସଫଳ ରୂପାୟନ ଦିଗରେ ସମସ୍ତଙ୍କ ସହଯୋଗ କାମନା କଲେ।ପ୍ୟାରେଡ ପଡ଼ିଆ ରେ ମୋଟ ୨୬ ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୋଲିସ ବିଭାଗ ର ପ୍ଲାଟୁନ୍ ଯୋଗ ଦେଇଥିଲେ। ପଡିଆରେ ୮ ଟି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।ମୁଖ୍ୟ ଅତିଥିଙ୍କଠାରୁ ପ୍ୟାରେଡ ପ୍ରତିଯୋଗିତାର ବିଜୟୀ ଦଳ ପ୍ରଶଂସା ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଗ୍ରୁପ୍ ଏ ସିନିଅର ୟୁନିଫର୍ମ ଦଳରେ ବିଜେତା ଏନ ସି ସି ନବରଙ୍ଗପୁର ମହାବିଦ୍ୟାଳୟ ଓ ଉପ ବିଜେତା ଏନ୍ ସି ସି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ,ଗ୍ରୁପ୍ ବି ୟୁନିଫର୍ମ ରେ ବିଜେତା ରେଡକ୍ରସ ଆର୍ ସି ଡି ହାଇସ୍କୁଲ ଓ ଉପ ବିଜେତା ସ୍କାଉଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମହାବିଦ୍ୟାଳୟ ସିଭିଲିଆନ ଦଳରେ ବିଜେତା ସ୍ମାର୍ଟ ଗୁରୁକୁଳ ଓ ଉପ ବିଜେତା ଶିକ୍ଷା ବିଜ୍ଞାନ କଲେଜ, ଗ୍ରୁପ ସି ସିଭିଲିଏନ୍( ସିନିଅର)ଦଳରେ ବିଜେତା ବାପୁଜୀ ପବ୍ଲିକ ସ୍କୁଲ ଓ ଉପ ବିଜେତା ୟୁନିକ ପବ୍ଲିକ ସ୍କୁଲ,ଗ୍ରୁପ୍ ଡି ସିଭିଲିଏନ୍ (ଜୁନିଅର) ଦଳ ରେ ବିଜେତା ଟେକ୍ନୋ ଗୁରୁକୁଳ ଓ ଉପ ବିଜେତା ଏକ୍ସ ବୋର୍ଡ ୟୁ ପି ସ୍କୁଲ ପ୍ରମାଣ ପତ୍ର ଓ ଟ୍ରଫି ପୁରସ୍କାର ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ବିଭିନ୍ନ ବିଭାଗୀୟ କ୍ଷେତ୍ରରେ ଉତ୍କୃଷ୍ଟତା ଲାଭ କରିଥିବା କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଶ୍ରେଷ୍ଠ ଆଶାକର୍ମୀ ରୂପେ ସଂଯୁକ୍ତା ଚୌଧୁରୀ, ସୁସ୍ଥ ଗାଁ ପୁରସ୍କାର ରୂପେ ଗାଁ କଲ୍ୟାଣ ସମିତି ଖାଣ୍ଡା, ଶ୍ରେଷ୍ଠ ଜନ ଆରୋଗ୍ୟ ସମିତି ରୂପେ ବେତାଳ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରୂପେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଜିରାଗୁଡ଼ା , ପୌରପାଳିକା ନବରଙ୍ଗପୁର ଶ୍ରେଷ୍ଠ ପୁରୁଷ ସଫେଇ କର୍ମଚାରୀ ରୂପେ ଜଗତ ହରିଜନ, ଶ୍ରେଷ୍ଠ ମହିଳା ସଫେଇ କର୍ମଚାରୀ ରୂପେ ତୁଳସି ହରିଜନ, ମମତା ଓ ସୁଭଦ୍ରା ଯୋଜନାରେ ଉତ୍ତମ କାର୍ଯ୍ୟ ନିର୍ବାହ କରି ଜିଲ୍ଲା ସଂଯୋଜକ (ମମତା) ବିଶ୍ୱଜିତ୍ ମହାନ୍ତି, ବାଲ୍ୟ ବିବାହ ପ୍ରତିରୋଧ ରେ ଆକ୍ସନଏଡ ର ଫକୀର ରାଉତ, ପୋଷଣ ଅଭିଯାନ ପାଇଁ ଶ୍ରେଷ୍ଠ ସି ଡି ପି ଓ ସସ୍ମିତା ବାଳା ମହାନ୍ତି, ଶ୍ରେଷ୍ଠ ସୁପରଭାଇଜର ସବିତା ମଲ୍ଲିକ, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଧବନି ଜାନୀ, ଶ୍ରେଷ୍ଠ ଶିକ୍ଷକ ବଦ୍ରି ନାରାୟଣ ବିଶ୍ଵାଳ ଓ କାଳୁ ଚରଣ ମହାରଣା, ଶ୍ରେଷ୍ଠ ଏ ଟି ଏମ ଆତ୍ମା ତେନ୍ତୁଳିଖୁଣ୍ଟି ବାଳ ଗୋବିନ୍ଦ ସାହୁ, ଶ୍ରେଷ୍ଠ ଉଦ୍ୟାନ କୃଷକ କୃଷ୍ଣ ଭତରା ଏବଂ ସମ୍ପୂର୍ଣତା ଅଭିଯାନ ପାଇଁ ପିରାମଲ୍ ଫାଉଣ୍ଡେସନ ମୁଖ୍ୟ ଅତିଥି ଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ପ୍ୟାରେଡ୍ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଏବଂ ଉପ କାରାଗାର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଆର୍ ସି ଡି ହାଇସ୍କୁଲ୍ ରେ ଅନୁଷ୍ଠିତ ସଂଧ୍ୟା ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ୍ ଏବଂ ତପନ କୁମାର ଖୁଣ୍ଟିଆ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ପ୍ରବନ୍ଧ, ବକ୍ତୃତା, କୁଇଜ୍,ଚିତ୍ରାଙ୍କନ,ସଙ୍ଗୀତ ପ୍ରତିଯୋଗୀତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।୪ଟି ସ୍କୁଲ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପ୍ୟାରେଡ ପଡିଆ କାର୍ଯ୍ୟକ୍ରମ ଓ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

masiha

ଯୋଡ଼ାବନ୍ଧଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!