ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ 

ମାଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ 

ନବରଙ୍ଗପୁର:(୧୯|୮)(ରବି ନାରାୟଣ ମହାନ୍ତି)ମାଆଙ୍କ ଅନ୍ତେଷ୍ଟି କ୍ରିୟାରେ ଜନ୍ମିତ ଝିଅ ଦେଲେ ମୁଖାଗ୍ନି। ଏଭଳି ଘଟଣା ଉମରକୋଟ ଠାରେ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ସାମ୍ବାଦିକ ତଥା ଜଣେ ବରିଷ୍ଠ ଆଇନଜୀବୀ ହରିହର ଶତପଥୀଙ୍କ ଧର୍ମପତ୍ନୀଙ୍କ ମୃତ୍ୟୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି। ତାଙ୍କର କେବଳ ଦୁଇଟି ଝିଅ ଥିବା ବେଳେ ବଡ଼ ଝିଅ ବିବାହିତା । ଦୀର୍ଘଦିନ ଧରି ତାଙ୍କର ପତ୍ନୀ କୁନ୍ତଳ କୁମାରୀଙ୍କର ବ୍ରେଇନ ଟିଉମର ବ୍ୟାଧିରେ ପୀଡ଼ିତ ରହିଥିଲେ। ଦୁଇଦିନ ପୂର୍ବେ କୁନ୍ତଳାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ତାଙ୍କର ମୃତ୍ୟୁ ଘଟିଛି । ହେଲେ ସମାଜର ରିତି ନୀତି ଅନୁସାରେ ଅନ୍ତେଷ୍ଟୀ କ୍ରିୟା କର୍ମ ହିନ୍ଦୁ ଧର୍ମର ବ୍ରାହ୍ମଣ ପରିବାରରେ ଥିବା ନିୟମାନୁସାରେ କେବଳ ପୁଅ ସମ୍ପନ୍ନ କରିବାର ଅଧିକାର ଥିବା ବେଳେ ଅପୁତ୍ରିକ କୁନ୍ତଳାଙ୍କ ଶେଷ କୃତ୍ୟ କାର୍ଯ୍ୟ ତାଙ୍କ ସାନ ଝିଅ ଲୋପାମୁଦ୍ରା ଶତପଥୀ ସମ୍ପନ୍ନ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ପୁଅ ନଥିବା ବାପା ମାଆଙ୍କ ଶେଷ କୃତ୍ୟ କରିବାର ଅଧିକାର ଜନ୍ମିତ ଝିଅର ରହିଛି ଏହା ଶାସ୍ତ୍ର ମତରେ ବିଧାନ ଅଛି । ସମାଜରେ ଏହି ବାର୍ତ୍ତା ପ୍ରଦାନ କରିବା ସହ ତାଙ୍କ ମାଆଙ୍କ ଆତ୍ମାର ଶାନ୍ତି ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଲୋପାମୁଦ୍ରା । ଏହାକୁ ଶ୍ମଶାନ ଗାମୀ କିଛି ବୁଦ୍ଧିଜୀବୀ ମାନେ ବହୁଳ ପ୍ରଶଂସା କରିଥିବା ବେଳେ ଉମରକୋଟ ସହରବାସୀ ଝିଅଙ୍କର ଏଭଳି ପଦକ୍ଷେପକୁ ପସନ୍ଦ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ଶୋକର ଛାୟା:ଶବ ଦାହ,ଦଶାହ ଓ ଚତୁର୍ଦଶ ଦିବସ ଭୋଜିରେ ଲୋକାରଣ୍ୟ 

masiha

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

Sunil Chandra Nayak

ଆଦାନୀ ଗ୍ରୁପ୍‌ର ନଜରରେ ରାୟଗଡ଼ା! ଥେରୁବାଲି ଇମ୍ଫା ପରିସର ଗସ୍ତରେ ଗୌତମ ଓ କରନ ଆଦାନୀ

Sunil Chandra Nayak

Leave a Comment

error: Content is protected !!