ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଉରକେଲା ଠାରେ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟି ର ପ୍ରସ୍ତୁତି ବୈଠକ

ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଉରକେଲା ଠାରେ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟି ର ପ୍ରସ୍ତୁତି ବୈଠକ

ରାଉରକେଲା ତା ୨୧/୦୮/୨୦୨୫ —  ଷ୍ଟିଲ ଓର୍କରସ ଫେଡେରେସନ ଅଫ୍ ଇଣ୍ଡିଆ ( ଏସ ଡବ୍ଲୁ ଏଫ୍ ଆଇ) ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ସେପ୍ଟେମ୍ୱର ୬-୭ ଦୁଇଦିନ ଧରି ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ରେ ଦେଶର ସମସ୍ତ ଇସ୍ପାତ କାରଖାନା ଓ ଖଣି ଶ୍ରମିକ କର୍ମଚାରୀ ମାନଙ୍କ ପ୍ରାୟ ୩୦୦ ନେତୃତ୍ବ ଏହି ସମ୍ମିଳନୀ ରେ ପ୍ରତିନିଧି ଭାବେ ଯୋଗଦେବା ସହିତ ଇସ୍ପାତ ଓ ଖଣି ଶ୍ରମିକଙ୍କ ବିଭିନ୍ନ ସମସ୍ୟା, ଇସ୍ପାତ ଶ୍ରମିକ ଙ୍କ ଏନ୍ ଜେ ସି ଏସ ଚୁକ୍ତିନାମା ବିଳମ୍ବ,ଠିକା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା, ଦେଶର ରାଷ୍ଟ୍ରାୟତ ଶିଳ୍ପ ର ବର୍ତ୍ତମାନ ସ୍ଥିତି ଓ ସରକାର ଙ୍କ ଶ୍ରମିକ ବିରୋଧୀ ଓ ଘରୋଇକରଣ ନୀତି ସଂପର୍କରେ ସମ୍ମିଳନୀରେ ଯୋଗ ଦେଉଥିବା ପ୍ରତିନିଧି ମାନେ ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ଖସଡ଼ା ଏହି ସମ୍ମିଳନୀ ରେ ନିର୍ଧାରଣ କରାଯିବ। ଏହା ପୂର୍ବରୁ ୨୦୧୨ ମସିହା ରେ ଏସ ଡବ୍ଲୁ ଏଫ୍ ଆଇ ର ୮ମ ସମ୍ମିଳନୀ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିଲା। ପୁଣିଥରେ ୧୩ ବର୍ଷ ପରେ ସଂଗଠନ ର ୧୦ ମ ସର୍ବଭାରତୀୟ ସମ୍ମିଳନୀ ରାଉରକେଲା ଅନୁଷ୍ଠିତ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା ବେଳେ ଏହାର ଅଧ୍ୟକ୍ଷ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରହିଛନ୍ତି। ଆଜି ଅଭ୍ୟର୍ଥନା କମିଟି ର ବୈଠକ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଥିଲା ବେଳେ ଅଭ୍ୟର୍ଥନା କମିଟି ର ମୁଖ୍ୟ ପୃଷ୍ଠପୋଷକ ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଯୋଗଦେଇ ଏହି ସମ୍ମିଳନୀ ସୁନ୍ଦରଗଡ଼ ଜିଲ୍ଲା ତଥା ଓଡିଶା ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏହାକୁ ସର୍ବାନ୍ତକରଣେ ସଫଳ କରିବାକୁ ଆହ୍ୱାନ କରିଥିଲେ। ଏହି ବୈଠକରେ ଅଭ୍ୟର୍ଥନା କମିଟି ର ଉପାଧ୍ୟକ୍ଷ ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରମୋଦ ସାମଲ, ଉପାଧ୍ୟକ୍ଷ ବିମାନ ମାଇତି, ସାଧାରଣ ସମ୍ପାଦକ ବସନ୍ତ ନାୟକ, କୋଷାଧ୍ୟକ୍ଷ ବି ପି ମହାପାତ୍ର ସଂପାଦକ ରାଜ କିଶୋର ପ୍ରଧାନ, ସୁରେଶ ବେହୁରିଆ,ପ୍ରଦୀପ ସେଠୀ, ରତ୍ନାକର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ଦିବାକର ମହାରଣା, ଏନ୍ ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି,ଅରୁ ଦାସ, ବିନୟ ବେହୁରିଆ, ଏନ୍ କେ ରାଉତରାୟ, ପ୍ରଦୋଷ ପରିଡ଼ା, ସଂଜୟ ନାୟକ,ଜେ କେ ସାହୁ, ସଂଗ୍ରାମ ସାମଲ, ଅରୁଣ ମହାରଣା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହିତ ସମ୍ମିଳନୀ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନ୍ମମାଟିରେ କଥା କହୁଛି ଅଖିଳ ନାୟକଙ୍କ ମୂର୍ତ୍ତି ରଏନଗୁଡ଼ା ଗାଁରେ ଅଖିଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ …

masiha

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

Sunil Chandra Nayak

Leave a Comment

error: Content is protected !!