ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

କଟକ : ୪୨ ମୌଜା ବରାଳ ନିବାସୀ ସମାଜସେବୀ ତଥା ବିଜେଡିର ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ନାଥ ବେହେରାଙ୍କ ଏକାଦଶାହରେ ସ୍ମୃତିସଭା କଳପଡା ମାନ୍ୟବର ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପଣ୍ଡିତ ଜଗଦୀଶ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭାରେ ଗୀତା ପାଠ କରିଥିଲେ ଶିକ୍ଷାବିତ ଜ୍ୟୋତିରଞ୍ଜନ ଭୋଳ,ଭାଗବତ ପାଠ ଅଭୟ ମହାପାତ୍ର,ବାଇବେଲ ପାଠ ଚିତ୍ରସେନ ଦାସ ଓ କୋରାନ ପାଠ କରିଥିଲେ ଅଧ୍ୟାପକ ଡ଼ଃ.ଏସ.କେ କଲିମୁଲ୍ଲା । ବରାଳ ଗ୍ରାମରେ ଥିବା ବୃହତ ସାଇ ମନ୍ଦିର,ପ୍ରସିଦ୍ଧ ନାରାୟଣୀ ମନ୍ଦିର,ଅଂଚଳର ବିଭିନ୍ନ ସାଙ୍ଗଠନିକ ଓ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା । ସେ ଥିଲେ ଜଣେ ଉତ୍ତମ ପରିବେଷବିତ ଓ କଳା ସଂସ୍କୃତି ପ୍ରିୟ ଆଦର୍ଶ ପ୍ରତିଭା । କଟକ ଜିଲ୍ଲା ଯାଦବ ମହାସଭାର ସେ ଥିଲେ ଜଣେ ସକ୍ରିୟ ନେତା । ସ୍ମୃତି ସଭାରେ ସର୍ବ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧକ୍ଷ ଇ°.ପ୍ରଦୀପ କୁମାର ବେହେରା,ରାଜ୍ୟ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସିଂ, ୪୨ମୌଜା ଶାନ୍ତି କମିଟି ସଭାପତି ଶରତ ଚନ୍ଦ୍ର ରାୟ,ସମ୍ପାଦକ ଫ୍ରଫୁଲ ଚନ୍ଦ୍ର ମହାପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ,ପୂର୍ବତନ ସଦସ୍ୟ ବୀରବର ଲେଙ୍କା,ପୂର୍ବତନ ବ୍ଲକ ଅଧକ୍ଷ ସତ୍ୟ ଜେନା,ଉପାଧ୍ୟକ୍ଷ ବିଭୁତି ଭୂଷଣ ପରିଡା,ପୂର୍ବତନ ସରପଞ୍ଚ ତ୍ରିଲୋଚନ ଦଳାଇ,ସାଧୁ ଜେନା, ଅଜୟ ଦଳାଇ,ନାଟ୍ୟ ନିର୍ଦେଶକ ସମରେନ୍ଦ୍ର ମହାପାତ୍ର,ୟୁନିୟନ ଫର କଟକ ସଦର ଡେଭଲମେଣ୍ଟ ସଭାପତି ଡକ୍ଟର ମନୋଜ ନାୟକ, କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା,ଜିଲ୍ଲା ଯୁବ ଯାଦବ ସମ୍ପାଦକ ପ୍ରୀତିରଞ୍ଜନ କାଠୁଆ,କଟକ ସଦର ଯାଦବ ସଭାପତି ବିନୋଦ ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ ବେହେରା,ସମାଜସେବୀ ଆର୍ତତ୍ରାଣ ବିଶ୍ୱାଳ,ସମୀର କୁମାର ପଣ୍ଡା, ଚନ୍ଦ୍ରମଣି ଦେବତା,ବିକ୍ରମ କେଶରୀ ଆଚାର୍ଯ୍ୟ,ନିରଞ୍ଜନ ପଣ୍ଡା,କୃଷ୍ଣ ଚନ୍ଦ୍ର ଦାଶ,ଇ° ଅଶୋକ ବିଶ୍ୱାଳ,ବିଜୟ କୁମାର ରାଉତରାୟ,ସୁବାସ ଚନ୍ଦ୍ର ସାହୁ,ଭାସ୍କର ବେଉରା,ପ୍ରକାଶ ଚନ୍ଦ୍ର ଚୌଧୁରୀ,ନାରାୟଣ ଚନ୍ଦ୍ର ମହାନ୍ତି, ରୁଦ୍ର ନାରାୟଣ ଦାସ,ସେବକ ଇ°. ଶ୍ରୀକାନ୍ତ,ସୁଧୀର ଶତପଥୀ,ଅଶୋକ କୁମାର ପତି,ସ୍ମୃତି ରଞ୍ଜନ ମହାନ୍ତି, ଶ୍ୟାମସୁନ୍ଦର ପରିଡା,ଶୁଭେନ୍ଦୁ ବେହେରା,ଅନିଲ ବେହେରା, ପ୍ରମୋଦ ମହାପାତ୍ର,ଭଜକୃଷ୍ଣ ଲେଙ୍କା,ଉଦୟନାଥ ରାଉତ, ଚିତ୍ତରଞ୍ଜନ ଭୋଳ,ବାବାଜୀ ଭୋଇ, ଲୋକନାଥ ବେହେରା,ସୁରେଶ ଚନ୍ଦ୍ର ବେହେରା,ଯୋଗେନ୍ଦ୍ର ବେହେରା, ବନମାଳୀ ବେହେରା,ନବକୃଷ୍ଣ ବେହେରା,ଦିଲୀପ କୁମାର ବିହାରୀ, ପୀତବାସ ବେଉରା,ପ୍ରଦୀପ ମହାପାତ୍ର,ଅକ୍ଷୟ କୁମାର ଶତପଥି, ସନ୍ତୋଷ କୁମାର ସାହୁ,ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ପଣ୍ଡିତ ଜଗଦୀଶ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

masiha

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!