ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସୁରକ୍ଷା ବିଭାଗ କାହା ସ୍ୱାର୍ଥରେ : କିଏ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଉନି ତ କିଏ ହଜାରେ ପାଇଁ ଚାରି କିମି ଯାଉଛି

ସାମାଜିକ ସୁରକ୍ଷା ବିଭାଗ କାହା ସ୍ୱାର୍ଥରେ : କିଏ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଉନି ତ କିଏ ହଜାରେ ପାଇଁ ଚାରି କିମି ଯାଉଛି

 ତେନ୍ତୁଳିଖୁଣ୍ଟି ୨୩/୦୮/୨୫ — ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି,ସେହି ଭତ୍ତା ଟଙ୍କା ମାସିକ ଏକ ହଜାର ରୁ ତିନି ହଜାର ପର୍ଯ୍ୟନ୍ତ ରହିଛି। ସେହି ଭତ୍ତା ଅର୍ଥ କିଛି ଭତ୍ତା ଧାରୀ ଙ୍କୁ ହାତ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବା ବ୍ୟବସ୍ଥା ଥିବା ବେଳେ କୁ କିଛି ଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଭତ୍ତା ଟଙ୍କା ଜମା ହେଉଛି। ଯେଉଁ ମାନଙ୍କ ଭତ୍ତା ବ୍ୟାଙ୍କ ରେ ଜମା ହେଉଛି ସେମାନଙ୍କୁ ବ୍ୟାଙ୍କ ଯାଇ ଅବା କିଓସ୍କ କୁ ଯାଇ ଟଙ୍କା ଉଠାଇ ଥାଆନ୍ତି। ବିଶେଷ ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ/ବିଧବା/ଭିନ୍ନ କ୍ଷମ ଭତ୍ତା ବ୍ୟାଙ୍କ ରେ ଜମା ହେଉଛି।  

ସେଇ ଭତ୍ତା ଧାରୀ ଯେଉଁ ମାନେ ଶାରୀରିକ ଭାବେ ଚଲା ବୁଲା କରି ପାରୁ ନାହାଁନ୍ତି ଏବଂ ଫିଙ୍ଗର ସ୍କାନ ହୋଇ ପାରୁନି ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି। ସମସ୍ତ ବିଭାଗ ର କାର୍ଯ୍ୟ ସମୀକ୍ଷା ହେଉଛି କିନ୍ତୁ ସାମାଜିକ ସୁରକ୍ଷା ବିଭାଗ ର ସମୀକ୍ଷା ବେଳେ ପଞ୍ଚାୟତ ୱାରୀ ଏକ ସର୍ଭେ କରାଇ ଭିନ୍ନକ୍ଷମ /ଚାଲି ପାରୁନଥିବା / ଅଶି ବର୍ଷ ଟପି ଥିବା /ଅଶି ପ୍ରତିଶତ ଭିନ୍ନକ୍ଷମ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସାଂପ୍ରତିକ ସ୍ଥିତି ଭତ୍ତା ପାଉଛନ୍ତି କି ନା ତଥା ଅଶି ପ୍ରତିଶତ ଭିନ୍ନକ୍ଷମ ଥାଇ ପ୍ରମାଣ ପତ୍ର ପାଇବାରେ ପ୍ରତିବନ୍ଧକ କଣ କିଭଳି ପ୍ରଶାସନିକ ସହ ଯୋଗ ରେ ଦୂର ହୋଇ ପାରିବ ସମୀକ୍ଷା କରିବା ଆବଶ୍ୟକ। ଭତ୍ତା ହଜାରେ କିନ୍ତୁ ସହ ଯୋଗୀ ଙ୍କ ଭରସାରେ ଯିବା ଆସିବା ରେ ଅଧା ଖର୍ଚ୍ଚ ହେଲେ ଭତ୍ତା ପାଇ ଲାଭ ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଗୌଡ଼ ଗୁଡ଼ା ଗ୍ରାମ ନିକଟସ୍ଥ ଇଚ୍ଛାପୁର ର ଶୁଆ ଦେଇ ବାଘ , ବାର୍ଦ୍ଧକ୍ୟ ଭତ୍ତା ହଜାରେ ପାଉଛନ୍ତି କିନ୍ତୁ ଚାଲିବା ପାଇଁ ଅକ୍ଷମ । ତାଙ୍କ ସ୍ଥିତି ଦେଖିଲେ ସେ ଅଶି ପ୍ରତିଶତ ଭିନ୍ନକ୍ଷମ ଭଳି ଦୃଶ୍ୟମାନ ହେଉଛନ୍ତି କିନ୍ତୁ ପ୍ରମାଣ ପତ୍ର ନାହିଁ କି କେହି କରି ଦେଉ ନାହାନ୍ତି ଏପରିକି ସେ ଜାଣି ନାହାନ୍ତି ଅଶି ପ୍ରତିଶତ ପ୍ରମାଣ ପତ୍ର କିଭଳି ପାଈ ହେବ। ଆଜି ସେ ଭତ୍ତା ପଇସା ଉଠାଇବାକୁ ତେନ୍ତୁଳିଖୁଣ୍ଟି ସ୍ଥିତ କିଓସ୍କ କୁ ଜଣଙ୍କ ସହାୟତାରେ ଯାଉଥିବା ଦେଖିବାକୁ ମିଳିଛି। ତାଙ୍କ ଯିବା ଆସିବା ବିନା ସହ ଯୋଗୀ ରେ ସମ୍ଭବ ନୁହଁ । ଶୁଆ ଦେଇ ଙ୍କୁ ଘରେ ନେଇ ଭତ୍ତା ଦେବା ବ୍ୟବସ୍ଥା ପାଇଁ କହି ଥିଲେ ମଧ୍ୟ କେହି ଶୁଣୁ ନଥିବା କହନ୍ତି ତାଙ୍କ ସହ ଯାଉଥିବା ସମ୍ପର୍କୀୟ। ଏଭଳି ପରଜା ବାରଙ୍ଗ ପଦର ଗ୍ରାମ ର ପୋଡଗଡ ରେ ରହୁଥିବା ସୋମ ନାଥ ହରିଜନ ପାରାଲିଶିସ ଶିକାର ଶଯ୍ୟାଶାୟୀ ମଧ୍ୟ ଅଶି ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ପାରୁ ନାହାଁନ୍ତି । ତାଙ୍କୁ ମେଡିକାଲ କିଭଳି ନିଆଯିବ ପ୍ରମାଣପତ୍ର ପାଇଁ ତାହା ବିଚାର ବିଷୟ। 

ଅନ୍ ଲାଇନ୍ ପଞ୍ଜିକରଣ କରି ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା କୁ ନିର୍ଦ୍ଦିଷ୍ଟ ତାରିଖ ରେ ଯାଇ କିଛି ଏଭଳି ଭିନ୍ନ କ୍ଷମ ନିରାଶ ହୋଇଛନ୍ତି ଏଣୁ ପକ୍ଷାଘାତ ଗୁରୁତର ଅବସ୍ଥା ରେ ଥିବା ସୋମନାଥ ଙ୍କ ନୂଆ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ କିଏ ସମୟ ଓ ଅର୍ଥ ଖର୍ଚ୍ଚ କରିବ ।  ଏଭଳି ଭିନ୍ନକ୍ଷମ ଙ୍କ ଡିଜିଟାଲ ପ୍ରମାଣପତ୍ର ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଉଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

masiha

ସ୍ପନ୍ଦନ ଆୟୋଜିତ ୧୯ତମ ଶିଶୁ ମହୋତ୍ସବ ସମ୍ପନ୍ନ 

masiha

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!