ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ; ୬୫ ଛାତ୍ରଛାତ୍ରୀଙ୍କୁ ୯୩ ଉପକରଣ ବଣ୍ଟନ
ମୟୂରଭଂଜ- ୨୫/୦୮ — ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଆଜି ସୋମବାର ଦିନ ବ୍ୟବହାର ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ବାରିପଦାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ଆଜିର କାର୍ଯ୍ଯକ୍ରମରେ ତିରିଂ ଶିକ୍ଷା ଗୋଷ୍ଠୀ ଅଧିକାରିଣୀ ଋଷିପ୍ରଭା ମହାନ୍ତ,ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ଯାମ ମୁର୍ମୁ,ଅନ୍ତର୍ନିବେଶୀ ଜିଲ୍ଲା ସଂଯୋଜକ ନିରଞ୍ଜନ ନାୟକ,ଏସି ଏଣ୍ଡ ଏସଟି ଜିଲ୍ଲା ସଂଯୋଜକ ସପନ ପୃଷ୍ଟି ,ରାଇରଙ୍ଗପୁର ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ଏବଂ ରାଇରଙ୍ଗପୁର ସମସ୍ତ ବ୍ଳକର ସମ୍ବଳ ଶିକ୍ଷକ ମହେଶ ମହାପାତ୍ରଙ୍କ ମେତ ସମସ୍ତ ୬ ଟି ବ୍ଳକର ସମ୍ବଳ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଗତ ଡିସେମ୍ବର ୨୦୨୪ ରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ଚୟନ ହୋଇଥିବା ସମସ୍ତ ବ୍ଳକ ବିଶୋଇ,ଵିଜାତଳା,ରାଇରଙ୍ଗପୁର,ଯାମଦା,ବହଳଦା ତିରିଂ ବିଭିନ୍ନ ସ୍କୂଲରୁ ୬୫ ଜଣ ଦିଵ୍ଯାଙ୍ଗ ବିଦ୍ୟାର୍ଥି ଚିହ୍ନଟ ହୋଇଥିଲା ।ସେମାନଙ୍କୁ ଅତିଥି ଗଣଙ୍କ ଦ୍ଵାରା ୯୩ ଟି ଅତ୍ୟନ୍ତ ବହୁମୂଲ୍ୟ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା ।ଅତିଥି ଗଣ ବକ୍ତବ୍ୟରେ କହିଥିଲେ ଭଗବାନ ଜନ୍ମ ଦେଇଛନ୍ତି ମାନେ କିଛି ଅନ୍ତର୍ନିହିତ ସୁପ୍ତ ପ୍ରତିଭା ଦେଇଛନ୍ତି ।ସେମାନେ ସମାଜରେ ଅଲୋଡା ନୁହନ୍ତି ।ପରିବାର ସମେତ ସମାଜର ସମସ୍ତେ ସେମାନଙ୍କୁ ଆଦର,ସ୍ନେହ ଓ ସହାୟତାର ହାତ ବଢ଼ାଇବା ଉଚିତ ।ସେମାନେ ଯେମିତି କାହାରି ଉପରେ ନିର୍ଭର ନ କରନ୍ତି ଓ ବୋଝ ହୋଇ ନ ରୁହନ୍ତୁ ।ସରକାର ସେମାନଙ୍କ ପାଇଁ ବହୁ ଯୋଜନା ସମେତ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ସେମାନେ ଯେଭଳି ସ୍କୁଲ ଯାଆନ୍ତି,ପାଠ ପଢନ୍ତି,ସାଙ୍ଗ ସାଥି ସହ ପାଠ,ଶାଠ ,ଖେଳ,କୁଦ ,ହସଖୁସି କରନ୍ତୁ ।ସେମାନେ ନିଜକୁ ଅସହାୟ ଓ ଅବହେଳିତ ମନେ ନ କରନ୍ତୁ ।ସେମାନଙ୍କ ଚାଲି ଚଲଣ,ବଞ୍ଚିବାର ରାହା,ପାଠ,ଶିକ୍ଷା ,ହସ ଖୁସି ପାଇଁ ଯାହାର ଯେଉଁ ଉପକରଣ ସରକାର ସେମାନଙ୍କୁ ଯୋଗାଇ ଦେଉଛନ୍ତି ।ଅଭିଭାବକମାନେ ଭଗବାନ ।ସେମାନେ ତାଙ୍କ ଦିବ୍ଯାଙ୍ଗ ପିଲାଙ୍କୁ ଭଲ ପାଆନ୍ତୁ ଏବଂ ଆଗକୁ ବଢ଼ିବାରେ ସହଯୋଗ କରନ୍ତୁ ।ଅନ୍ତର୍ନିଵେଶୀ ଜିଲ୍ଲା ସଂଯୋଜକ ନିରଞ୍ଜନ ନାୟକ କହିଥିଲେ ଦିଵ୍ଵାଙ୍ଗ ମାନଙ୍କ ଦିଆଯାଇଥିବା ଉପକରଣର ରକ୍ଷଣ,ବେକ୍ଷଣ ,ବ୍ୟବହାର ଉପରେ ଅଭିଭାବକମାନେ ଯତ୍ନଶୀଳ ହେବା ଦରକାର ।ଦିଵ୍ଯାଙ୍ଗମାନଙ୍କୁ ହୁଇଲ ଚେୟାର,କର୍ଣ ଯନ୍ତ୍ର,କିଟସ,ଟ୍ରାଇ ସାଇକେଲ,ସ୍ମାର୍ଟ ଫୋନ, ଅତ୍ଯାଧୁନିକ ଚାଲିବା ଡିଜିଟାଲ ଆଶ୍ରୟ ବାଡି,ଖେଳନା ଉପକରଣ ପ୍ରଭୃତି ବଣ୍ଟନ କରାଯାଇଥିଲା ।କାର୍ଯ୍ଯକ୍ରମରେ ଵିଆରଟି କିଶୋର ଚନ୍ଦ୍ର ସାହୁ ମଞ୍ଚ ପରାଚାଳନା କରିଥିଲେ ।କାର୍ଯ୍ୟକ୍ରମକୁ ପିସିଏମ ସ୍କୁଲର ସହକାରୀ ଶିକ୍ଷକ ରୁଦ୍ର ବିହାରୀ ଗିରି, ସାକିଲାଡିହି ସ୍କୁଲର ସହକାରୀ ଶିକ୍ଷକ ବିରେଶ ଚନ୍ଦ୍ର ମହାନ୍ତ,ସିଆରସିସି, ତିରିଂ ର ବିଆରଟି କିଶୋର ସାହୁ,ରାଇରଙ୍ଗପୁର ବ୍ଳକର ବିଆରଟି ମହେଶ ମହାପାତ୍ର,ସାଗରିକା ପଣ୍ଡା,ଜାମଦା ବିଆରଟି ସତ୍ୟବାନ୍ ଗିରି,ଵହଳଦା ଵିଆରଟି ସୁଶାନ୍ତ ଷଣ୍ଢ,ବିଶୋଇ ବିଆରଟି କିଶୋର ସାହୁ,ବିଜାତଳା ବିଆରଟି ପ୍ରଶାନ୍ତ ଦାସ ଏବଂ ଦୟାନିଧି ଧନି ଙ୍କ ସହ ଅନ୍ତର୍ନିଵେଶୀ ଶିକ୍ଷା ସ୍ବେଛାସେବୀ ସାଥୀ ସୁଜିତ ମଣ୍ଡଳ,ଇନ୍ଦ୍ରଜିତ ପାତ୍ର ଗୋବିନ୍ଦସୋରେନ,ଶଙ୍କର୍ଷଣ ଗିରି,ଅମିତାଭ ନାଏକ,ସେକ୍ ଅକତାର୍ ହୁସେନ ପୁଷ୍ପାଞ୍ଜଳି ନନ୍ଦ, ସେକ୍ କଲି ପ୍ରମୁଖ ପରିଚାଳନାରେ ସହଯୋଗ କରିବାରେ ସଫଳ ଭୂମିକା ନିଭାଇଥିଲେ ।
ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

