ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ର ଶୁଭାରମ୍ଭ

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ର ଶୁଭାରମ୍ଭ

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA)  ଅନ୍ତର୍ଗତ, ୨୯ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କୋରାପୁଟରେ ଚାରିଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା (State Process Lab-SPL)ର ଶୁଭାରମ୍ଭ ହୋଇଛି। ଏହି ପ୍ରୟୋଗଶାଳା Ministry of Tribal Affairs ଦ୍ୱାରା, Bharat Rural Livelihoods Foundation (BRLF) ସହଯୋଗରେ ଆୟୋଜିତ ହୋଇଛି।

ଏହି କର୍ମଶାଳାରେ ରାୟଗଡା, କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲାରୁ ୭ଟି ବିଭାଗର ୫୨ ଜଣ ପ୍ରତିଭାଗୀ ଯୋଗଦେଇଛନ୍ତି। ସେମାନଙ୍କୁ ଜିଲ୍ଲା ମାଷ୍ଟର ଟ୍ରେନର ଭାବେ ମନୋନୀତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ବ୍ଲକ୍ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷିତ କରିବେ, ଯେଉଁମାନେ ପୁନଃ ଗ୍ରାମୀଣ ସ୍ତରରେ DAJGUA ଅଭିଯାନକୁ କାର୍ଯ୍ୟକାରୀ କରିବେ।

ଆଦି କର୍ମଯୋଗୀ ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେଉଛି ସାରା ଦେଶରେ ପ୍ରାୟ ୨୦ ଲକ୍ଷ କ୍ଷେତ୍ରସ୍ତରୀୟ କର୍ମୀଙ୍କୁ ପ୍ରସ୍ତୁତ କରି, ଜନଜାତିୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପରେ ନେତୃତ୍ୱଦାନ କରାଇବା ଏବଂ ଆବଶ୍ୟକୀୟ ସରକାରୀ ସେବାଗୁଡ଼ିକର ସୁଲଭ, ସୁବ୍ୟବସ୍ଥିତ ଓ ସୁଗମ ପ୍ରଦାନ ସୁନିଶ୍ଚିତ କରିବା। ଏହି ପ୍ରୟୋଗଶାଳାରେ ଭିନ୍ନ ଲାଇନ ବିଭାଗର ପ୍ରତିନିଧିମାନେ ସମନ୍ୱିତ ବିଭାଗୀୟ ଯୋଜନା ଓ ଅଭିସରଣ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ସମସ୍ତ ୪ ଦିନର ପ୍ରୟୋଗଶାଳା ପ୍ରକ୍ରିୟାରେ ପ୍ରତିଭାଗୀମାନେ କ୍ଷମତା ବିକାଶ, ସମାନ୍ତର୍ଭୂକ୍ତି ଓ ଅଂଶଗ୍ରହଣମୂଳକ କାର୍ଯ୍ୟକଳାପରେ ସଂଳଗ୍ନ ହେବେ। ଏହି ପ୍ରକ୍ରିୟା ସେମାନଙ୍କୁ DAJGUA କାର୍ଯ୍ୟକ୍ରମକୁ ଗ୍ରାମ ସ୍ତରରେ ସୁନିଷ୍ଠ ଓ ସୁଚାରୁ ଭାବରେ ପ୍ରବର୍ତ୍ତନ କରିବାରେ ସାହାଯ୍ୟ କରିବ।

ନାଗରିକ-କେନ୍ଦ୍ରିକ ଶାସନକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଆଧାରସ୍ଥମ୍ଭ। ଏହା ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସଂସ୍ଥାଗତ କରିବା, ସ୍ଥାନୀୟ ଯୋଜନାକୁ ଉତ୍ସାହିତ କରିବା ଓ ସହଯୋଗୀ କାର୍ଯ୍ୟାନ୍ବୟନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

DAJGUA ଅଭିଯାନରେ ସମ୍ପୃକ୍ତ ପ୍ରମୁଖ ବିଭାଗ ଗୁଡ଼ିକ: ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଗ୍ରାମୀଣ ବିକାଶ ବିଭାଗ ପଞ୍ଚାୟତିରାଜ ଓ ପାଣିୟଜଳ ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗ ଜଳଶକ୍ତି ବିଭାଗ ଶିକ୍ଷା ବିଭାଗ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏହି ସମସ୍ତ ବିଭାଗ ଆନ୍ତଃ-ମନ୍ତ୍ରାଳୟୀୟ ସମନ୍ୱୟରେ ନିକଟ ସହଯୋଗୀତାରେ କାର୍ଯ୍ୟ କରୁଛନ୍ତି, ଯାହା DAJGUA ଅଭିଯାନକୁ ସଫଳତାର ସୂଚକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରୁଛି।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଡ. ଏପିଜେ ଅବଦୁଲ କଲାମଙ୍କ ପ୍ରଦର୍ଶିତ ପଥରେ ଚାଲିବା ହିଁ ହେବ ତାଙ୍କ ପ୍ରତି ଉତ୍ତମ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ତହସିଲ , ଗୋଟିଏ କିରାଣୀରେ ଅନେକ ଦାୟିତ୍ୱ

masiha

Leave a Comment

error: Content is protected !!