ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା: ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଆଲୋଚକ ଇଂ ସୁବାସ ମହାପାତ୍ର ପ୍ରୋଜେକ୍ଟର ମାଧ୍ୟମରେ ବିଜ୍ଞାନ ଓ ଆଧ୍ୟାତ୍ମିକତା କିପରି ପରସ୍ପର ର ପରିପୂରକ ତାହା ସୁନ୍ଦର ଭାବରେ ବୁଝାଇ ଥିଲେ । ମନୁଷ୍ୟ ମନରେ ଶାନ୍ତି ବିରାଜମାନ କରିବାକୁହେଲେ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ଶରୀରରେ ଉର୍ଜା ସୃଷ୍ଟି କରି ତାକୁ ସକାରାତ୍ମକ ଭାବରେ ନିସ୍ଵାର୍ଥପର ହୋଇ ସୁକ୍ଷ୍ମ ଦୃଷ୍ଟିରେ ବିନିଯୋଗ କଲେ ତାହା ସମାଜର କଲ୍ୟାଣରେ ଲାଗି ପାରିବ ।ଆମେ ବିଜ୍ଞାନକୁ ସାଥିରେ ନେଇ ଆଧ୍ୟାତ୍ମିକ ଦିଗକୁ ବାଛି ନେବାକୁ ପଡିବ। ସେଥିରେ ହିଁ ହେବ ବିଶ୍ୱର ମଙ୍ଗଳ ବୋଲି ଶ୍ରୀ ମହାପାତ୍ର ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥଲେ । ଏହି କାର୍ଯ୍ୟକ୍ରମକୁ ପାଠାଗାର ର ସମ୍ପାଦକ ବିଜୟ କୁମାର ବରାଳ ସଂଯୋଜନା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ପାଣି ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଛେଣ୍ଡର ବହୁ ବୁଦ୍ଧିଜୀବୀ ଯଥା ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ଇଂ ଶକ୍ତି ପ୍ରସାଦ ସାମନ୍ତରାୟ, ଇଂ ରବି ସିଂ, ଇଂ ରମେଶ ସିଂ, ଇଂ ହରିହର ନାୟକ, ଗୋପବନ୍ଧୁ ପାଠାଗାର ର ସମ୍ପାଦକ ହରିହର ଶତପଥି, ଧାମରା ସାହିତ୍ୟ ସଂସଦର କବି ସୁଶାନ୍ତ ନାୟକ, ଡ଼କ୍ଟର ପ୍ରଭାକର ନାୟକ, ଛେଣ୍ଡ ନାଗରିକ ମଞ୍ଚ ର ଆବାହକ ତଥା ରାଜନେତା ଜୟନ୍ତ କୁମାର ମିଶ୍ର, ଇଂ ଗୁରୁ ପଟ୍ଟନାୟକ, ପାଠାଗାରର ସଂଗଠନ ସମ୍ପାଦକ ସୂର୍ଯ୍ୟନାରାୟଣ ପଣ୍ଡା, ଆଇନଜୀବୀ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ

Sunil Chandra Nayak

ସିଆର୍‌ପିଏଫ୍ ତରଫରୁ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର

Sunil Chandra Nayak

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ !!

masiha

Leave a Comment

error: Content is protected !!