ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

ରାଉରକେଲା: ସାମାଜିକ ସଂଗଠନ ଶେୟାର୍ ପକ୍ଷରୁ ବସ୍ତିଆଭବନ ଠାରେ ଜାତୀୟ କ୍ରୀଡା ସପ୍ତାହ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାେ ଶିଳ୍ପପତି ପ୍ରଦୀପ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଦିଗାମ୍ବର ଦାସ, ଶେୟାର୍ ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି, ନିର୍ଦ୍ଦେଶକ ଦିଲୀପ କୁମାର ପରିଡା, ନିଖିଳ ପ୍ରଧାନ, ପ୍ରୋଗ୍ରାମ ସଂଯୋଜକ ପ୍ରଦୀପ୍ତ ମହାନ୍ତି, ଉପାଧ୍ୟକ୍ଷ ଆନ୍ନା କେରକେଟା, ଧର୍ମେନ୍ଦ୍ର ଦାସ, ସମନ୍ୱୟକାରୀ ସସ୍ମିତା ଦାସ, ସହସଚିବ ବିମଳ ସାହୁ, କାର୍ଯ୍ୟନିର୍ବାହୀ ସଦସ୍ୟ ସର୍ବଶ୍ରୀ ଡା. ସତ୍ୟନାରାୟଣ ମିଶ୍ର, ରଶ୍ମିତା ଚୌଧୁରୀ, ସରୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ଶ୍ରୀ ପରିଡା ସ୍ୱାଗତ ଅଭିଭାଷଣ ଓ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ଲାଭ କରିଥିବା ସର୍ବଶ୍ରୀ କୃଷ୍ଣ ମୋହନ, ମିସ୍ ଆନି କିଣ୍ଡୋ,ପ୍ରତିକ୍ ମହାରଣା,ନବୀନ ରତନ ଦାସ, ଗୀତାଶ୍ରୀ ଦେୟ, ରାଜ୍ କିଣ୍ଡୋ, ନରେଶ କୁଜୁର,ବନାନୀ ମୁଖାର୍ଜୀ,ଅର୍ଚିତା ମହାପାତ୍ର, ଅଦିତ୍ୟ କୁମାର ରାଉତ ଙ୍କୁ ସେୟାର ସ୍ପୋର୍ଟସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଡା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ କୋଚ୍ ଶିବ ପ୍ରସାଦ ମିଶ୍ର, ପ୍ରତିକ୍ ମହାରଣା, ପଦ୍ମନାଭ ମହାପାତ୍ର,କଳ୍ପନା ମହନ୍ତଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଧର୍ମେନ୍ଦ୍ର ଦାସ, ଅlନ୍ନା କେରକେଟା, ସସ୍ମିତା ଦାସ, ରାଜୀବ ନାୟକ, ଜିତେନ୍ ମହାନ୍ତି, ଅଭିନାଶ ଖଟୁଆ, ପ୍ରଦୀପ୍ତ ମହାନ୍ତି, ଲିନା ସେନାପତି, ମନୋଜ ନାୟକ, ସଞ୍ଜିତ ମଲ୍ଲିକ୍, ଆଲବର୍ଟ କିଣ୍ଡୋ, ବସନ୍ତ ସ୍ୱାଇଁ, ଅଜିତ ବରୱ।, ବିମଳ ସାହୁ ଓ ଅନିଲ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଡା. ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅବସର କାଳୀନ ସଭା

Sunil Chandra Nayak

ଜାଗୁଗୁଡା ଠାରେ ସୁରଭି କାର୍ଯ୍ୟକ୍ରମ 

masiha

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା  ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ

Sunil Chandra Nayak

Leave a Comment

error: Content is protected !!