ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତସଙ୍ଗ ର ଭାଦ୍ର ପରିକ୍ରମା 

ସତସଙ୍ଗ ର ଭାଦ୍ର ପରିକ୍ରମା 

ରାଉରକେଲା: ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମାସ ଭାଦ୍ରବ ହୋଇଥିବାରୁ ତାଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଭାଦ୍ର ପରିକ୍ରମା ସତସଙ୍ଗ ରାଜେନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ବିନତୀ ପ୍ରାର୍ଥନା ପରେ ଧର୍ମଗ୍ରନ୍ଥ ପାଠ କରାଯାଇଥିଲା। ଗୈ।ତମ ରାୟ,ନନୀ ଗୋପାଳ କରଣ, ମନୋଜ ବେହେରା, ବିଜୟ ପାତ୍ର, ରାଘବେନ୍ଦ୍ର ନାୟକ,ରାଜୁ ମଲ୍ଲିକ ପ୍ରମୁଖ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଠାକୁରଙ୍କ ଆଦର୍ଶ ଓ ବାଣୀ ସମ୍ପର୍କରେ ଡାକ୍ତର ତ୍ରିଲୋଚନ ନାୟକ ବକ୍ତବ୍ୟ ରଖିଥିଲେ। ସତସଙ୍ଗ ବିହାରର ପରିଚାଳକ ରାଧାକାନ୍ତ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ନୂତନ ଅନୁଗାମୀମାନେ ଦୀକ୍ଷା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫୦ ଜଣ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲାବେଳେ ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ଜାମଶୂଳୀ କଲେଜରେ ନୂଆ -ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ” ର ଉଦଯାପନୀ ଉତ୍ସବ 

masiha

କଲ୍ୟାଣସିଂହପୁର ଠାରେ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସଂସ୍କୃତି ପ୍ରଗତି ସାଥି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!