ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଦି ଏକାଡେମିକ୍ କ୍ଲାସେସ୍”,ଢେଙ୍କାନାଳର ପ୍ରଥମ ବାର୍ଷିକ ଉତ୍ସବ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

“ଦି ଏକାଡେମିକ୍ କ୍ଲାସେସ୍”,ଢେଙ୍କାନାଳର ପ୍ରଥମ ବାର୍ଷିକ ଉତ୍ସବ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେଙ୍କାନାଳ ତା.୦୨.୦୯.୨୦୨୫ ରିଖ: ସ୍ଥାନୀୟ ଆନନ୍ଦ ନଗର,କାଠଗଡା,୧ ନମ୍ବର୍ ୱାର୍ଡ଼ରେ ଥିବା ସଭାଗୃହରେ ପ୍ରାତଃ ୮ ଘଟିକା ସମୟରେ”ଦି ଏକାଡେମିକ୍ କ୍ଲାସେସ୍” ଢେଙ୍କାନାଳର ପ୍ରଥମ ବାର୍ଷିକ ଉତ୍ସବ-୨୦୨୫ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆବାହକ,ଅନୁଷ୍ଠାନର ମୁଖ୍ୟଶିକ୍ଷକ ସୂର୍ଯ୍ୟ ନାରାୟଣ ଦାଶଙ୍କ ପ୍ରତ୍ୟେକ୍ଷ ଉଦ୍ୟମ,ନେତୃତ୍ବରେ, ଆବାହକତ୍ୱରେ,ସଫଳ ସଂଯୋଜନାରେ ଓ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ଭାରତର ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା,ବରିଷ୍ଠ ଶିକ୍ଷାବିତ୍ ତଥା ସଂସ୍ଥାର ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ମୁଖ୍ୟବକ୍ତା ଭାବରେ,ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁ, ଶୁଭଶ୍ୱେତା ପଣ୍ଡା ଓ କାହ୍ନାଜୀ ମହାରଣା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ମୁଖ୍ୟଅତିଥି ତଥା ଉଦ୍ ଘାଟକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣରେ ଅନୁଷ୍ଠାନର ଶୈକ୍ଷିକ,ସହଶୈକ୍ଷିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ, ଛାତ୍ରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ସର୍ବାଙ୍ଗୀନ ବିକାଶ ହେବା ସହିତ ଏହା ସେମାନଙ୍କୁ ଜୀବନରେ ସଫଳତା ହାସଲ ପାଇଁ ପ୍ରେରଣା ଯୋଗାଇଥାଏ ବୋଲି କହିଥିଲେ।ପ୍ରାରମ୍ଭରେ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଢେଙ୍କାନାଳ ଶାଖା ପକ୍ଷରୁ ବର୍ଣ୍ଣାଢ଼୍ୟ ଭାରତର ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଅନୁଷ୍ଠିତ ହୋଇଥିଲା।ବୈଜ୍ଞାନିକମାନଙ୍କର ରଙ୍ଗୀନ ଫଟୋଚିତ୍ର, ସ୍ଲୋଗାନ୍ ପ୍ଲାକାର୍ଡ ହାତରେ ଧରି,ବୈଜ୍ଞାନିକ ଚିନ୍ତାର ପ୍ରଚାର ପ୍ରସାର କରିବା ଓ ସମାଜରେ ଅନ୍ଧବିଶ୍ଵାସ ଦୂର କରିବାର ସ୍ଲୋଗାନ୍ ଦେଇ ଦେଇ ଛାତ୍ରୀ,ଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକମାନେ ଏହି ପଦଯାତ୍ରାରେ ଯୋଗ ଦେଇ ଆନନ୍ଦ ନଗର,କାଠଗଡା ଅଞ୍ଚଳର ଗଳିକନ୍ଧିରେ ପଦଯାତ୍ରା କରିଥିଲେ।ମୁଖ୍ୟବକ୍ତା ଡ.ଅନୁପମା ମିଶ୍ର ସ୍ଵୀୟ ଅଭିଭାଷଣରେ ଅନୁଷ୍ଠାନର ଭିତ୍ତିଭୂମି ସହ ଛାତ୍ରୀ,ଛାତ୍ରମାନଙ୍କର ଶୈକ୍ଷିକ ଓ ସହଶୈକ୍ଷିକକ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଶିକ୍ଷୟିତ୍ରୀ,ଶିକ୍ଷକ,ଛାତ୍ରୀ, ଛାତ୍ର ଓ ସେମାନଙ୍କର ମାତା,ପିତା ତଥା ଅଭିଭାବିକା, ଅଭିଭାବକମାନଙ୍କର ସମ୍ମିଳିତ ଯତ୍ନ ଓ ଅବିରତ ପ୍ରଚେଷ୍ଟା ଆବଶ୍ୟକ ବୋଲି ଦୃଢ ମତପୋଷଣ କରିବା ସଙ୍ଗେ ସଙ୍ଗେ ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୁତ୍ରଧର ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। 

ଆବାହକ,ଅନୁଷ୍ଠାନର ମୁଖ୍ୟ ତଥା ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଦାଶ ସ୍ଵୀୟ ଅଭିଭାଷଣରେ ନିଜର ପ୍ରତ୍ୟେକ୍ଷ ଉଦ୍ୟମ,ନେତୃତ୍ବରେ ଓ ସଫଳ ସଂଯୋଜନାରେ ସମସ୍ତଙ୍କର ସହଯୋଗ,ଚେଷ୍ଟା,ନିଷ୍ଠା ଓ ସହାୟତାରେ କିପରି ଏହି କାର୍ଯ୍ୟକ୍ରମ ସଫଳତା ଲାଭ କରିପାରିଛି ସେ ସମ୍ପର୍କରେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରି ଏଥିରେ ଅନେକ ଛାତ୍ରୀ,ଛାତ୍ର ବିଭିନ୍ନ ପ୍ରକାର କଳା,ବିଜ୍ଞାନ,କ୍ରୀଡ଼ା ଭଳି ବିଭିନ୍ନ ଶୈକ୍ଷିକ,ସହଶୈକ୍ଷିକ କ୍ଷେତ୍ରରେ ବ୍ଲକ୍,ଜିଲ୍ଲା,ରାଜ୍ୟ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଗଦାନ କରି ଉଲ୍ଲେଖନୀୟ ସଫଳତା ହାସଲ କରି ଅନୁଷ୍ଠାନର ଗୌରବ ବୃଦ୍ଧି କରିପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ମଧ୍ୟରୁ କୁଇଜ୍ ରେ ସାଇ ଶ୍ରୀୟାନ୍ ଶୁ ସାମଲ ପ୍ରଥମ,ସୋମନାଥ ରାଉଳ ଦ୍ୱିତୀୟ, ଦିବ୍ୟାଂଶୁ ସାମଲ ତୃତୀୟ ସ୍ଥାନ,ଡ୍ରଇଂରେ ଓମ୍ ପ୍ରକାଶ ବରାଳ ପ୍ରଥମ,ଶୁଭ୍ରାରାଣୀ ମହାପାତ୍ର ଦ୍ଵିତୀୟ,ଶୁଭମ୍ ରାଉତ ତୃତୀୟ ସ୍ଥାନ,ସଙ୍ଗୀତରେ ସାଇ ସ୍ମିତା ପ୍ରଥମ,ସଙ୍ଗୀତାରାଣୀ ପରିଡ଼ା ଦ୍ବିତୀୟ,ସାଇଦିତ୍ୟା ସ୍ୱାଇଁ ତୃତୀୟ ସ୍ଥାନ,ନୃତ୍ୟରେ ସେଲିନା ରଣା ପ୍ରଥମ,କେଶବ ଚନ୍ଦ୍ର ପାଗଡ ଦ୍ଵିତୀୟ ସଙ୍ଗୀତାରାଣୀ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଭିନ୍ନ ପ୍ରତିଯୋଗିତାର ସମସ୍ତ କୃତୀ ଛାତ୍ରୀ,ଛାତ୍ର ମଞ୍ଚାସୀନ ଅତିଥିବୃନ୍ଦଙ୍କଠାରୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।ସଭା ପ୍ରାରମ୍ଭରେ ଅତିଥିଵୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁମାନଙ୍କ ଦ୍ଵାରା ପୁଷ୍ପ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସଙ୍ଗେ ସଙ୍ଗେ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁ, ଶୁଭଶ୍ୱେତା ପଣ୍ଡା ଓ କାହ୍ନାଜୀ ମହାରଣାଙ୍କ ମିଳିତ ମାର୍ଗଦର୍ଶନ ଓ ନିର୍ଦ୍ଦେଶନାରେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ସୁଲଳିତ ସୁମଧୁର କଣ୍ଠରେ ମଙ୍ଗଲାଚରଣ ଗାନ,ସମବେତ ସ୍ବାଗତ ଓ ଉଦ୍ ଯାପନୀ ସଙ୍ଗୀତ ଗାନ,ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ,ସମ୍ବଲପୁରୀ,ଘୁମୁରା,ଆଦିବାସୀ,ଦେଶ ଭକ୍ତି ଓ ତେଲଗୁ ମାଲାୟଲମ୍ ସଙ୍ଗୀତର ତାଳେ ତାଳେ ଛାତ୍ରୀ ଛାତ୍ରମାନେ ନୃତ୍ୟ ପରିବେଷଣ କରିଥିଲେ ଓ ଏହା ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ମଧ୍ଯ ଶାନ୍ତିପାଠ କରାଯାଇଥିଲା।ଅନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଛାତ୍ରୀ,ଛାତ୍ର, ସେମାନଙ୍କର ମାତା,ପିତା,ଅଭିଭାବିକା,ଅଭିଭାବକବୃନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି, ଅନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ପ୍ରେଚେଷ୍ଟା ତଥା ସହଯୋଗିତାରେ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ସମ୍ଭବ ହୋଇପାରିଥିଲା।ପରିଶେଷରେ ଆବାହକ ତଥା ଅନୁଷ୍ଠାନର ମୁଖ୍ୟ ଶିକ୍ଷକ ସୂର୍ଯ୍ୟ ନାରାୟଣ ଦାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ ହୋଇଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି )ସଙ୍କଟରେ: ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି 

Sunil Chandra Nayak

ବର୍ଷାର ଦେଖା ନାହିଁ  ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଆଶା ଓ ଆଶଙ୍କାରେ ଚାଷୀ….

masiha

ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!