ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

ଡାବୁଗାଁ, ୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଦୂର୍ଗା ପୂଜା ମଣ୍ଡପ ଠାରେ ଦୂର୍ଗା ପୂଜା ନିମନ୍ତେ ବୁଧବାର ସନ୍ଧ୍ୟାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି | ଏହାସହ ମାଁ ଦୂର୍ଗାଙ୍କ ମୂର୍ତ୍ତି ପାଇଁ ପ୍ରଥମେ ଅଙ୍ଗୀ ନଦୀରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣାଯାଇ ମାଟି ପୂଜନ କରାଯାଇଛି | ଏଥିରେ କର୍ତ୍ତା ଭାବେ ଜି. ବିଜୟ ଆନନ୍ଦ ଓ ଶଶୀ ଭୂଷଣ ଜେନା (ଟିଟୁ) ପ୍ରମୁଖ ମାଟି ଆଣିଥିଲେ | ଏଥିରେ ଦୂର୍ଗା ପୂଜା କମିଟିର ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ସମ୍ପାଦକ ସନ୍ତୋଷ ରାୟପାତ୍ର, ସହ ସମ୍ପାଦକ ଶୁଭଜିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭଗବାନ ପାତ୍ର ଓ ସୁରେଶ ଚନ୍ଦ୍ର ବେହେରା, ଭଦ୍ରବ୍ୟକ୍ତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ଜି. ସତ୍ୟା ରାଓ, ପାପିନ ମୁନି, ଜଗନ୍ନାଥ ବିଶୋଇ, ଜି. ପ୍ରକାଶ ରାଓ, କୁନୁ ପାତ୍ର, ବାବାଲୁ ତ୍ରିପାଠୀ, ଆର. ଶଙ୍କର ରାଓ, ରାଜେଶ ଅଗ୍ରୱାଲ, ନୁରୁ ସିଂ, ପାପନା ରେଲି ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଥୁଆମୁଳ ରାମପୁରରେ ବିଶ୍ବ ଆଦିବାସୀ ଦିବସ ୨୦୨୬ ମହାସମାରୋହରେ ପାଳିତ

Sunil Chandra Nayak

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି

Sunil Chandra Nayak

ଡାବୁଗାଁ ଥାନା ଅଧିକାରୀ ନିଳମ୍ବିତ      (ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା )

Leave a Comment

error: Content is protected !!