ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ପୁଣ୍ୟତିଥି ପାଳିତ

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ପୁଣ୍ୟତିଥି ପାଳିତ

ରାଉରକେଲା:ଡ. ନବୀନ କୁମାର ସାହୁ ଜଣେ ସ୍ୱନାମଧନ୍ୟ ଐତିହାସିକ ତଥା ଏକନିଷ୍ଠ ଗବେଷକ ଭାବେ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ପାରିଥିଲେ। ତାଙ୍କର ଗବେଷଣାତ୍ମକ ଦୃଷ୍ଟି ଭଙ୍ଗୀ ଓଡ଼ିଶାର ଐତିହ୍ୟ ଓ ସାଂସ୍କୃତିକ ଜୀବନ ବୋଧକୁ ଉଜ୍ଜୀବିତ କରିଛି। ଓଡ଼ିଶାରେ ବୌଦ୍ଧଧର୍ମ, ଓଡ଼ିଶାର ଇତିହାସ, ଖାରବେଳ, ବୀର ସୁରେନ୍ଦ୍ର ସାଏ ପ୍ରଭୃତି ଗ୍ରନ୍ଥ ରଚନା ତଥା ବହୁ ଗବେଷଣାତ୍ମକ ପ୍ରବନ୍ଧ – ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରଚନା କରି ଓଡ଼ିଆ ବୌଦ୍ଧିକ ଚେତନାକୁ ଉଦ୍ଦୀପ୍ତ କରିଛନ୍ତି ବୋଲି ପ୍ରଗତି ଉତ୍କଳ ସଂଘ ଦ୍ବାରା ଆୟୋଜିତ ଡ. ନବୀନ ସାହୁଙ୍କ ୪୧ତମ ପୁଣ୍ୟ ତିଥିରେ ମୁଖ୍ୟବକ୍ତା ଭାବେ ସୁବୋଧ ରାଉତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କ୍ଷୀରୋଦ କୁମାର ବରାଳ ଏବଂ ଅନ୍ୟତମ ବକ୍ତା ଡ. ପ୍ରଭାତ କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ନବୀନ ସାହୁଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଏବଂ ଧୂପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ସଂଘର ଗୌରବମୟ ପରମ୍ପରା ସଂପର୍କରେ ଆଲୋଚନା କରି ଭୂୟସୀ ପ୍ରଶଂସା କରିଥିଲେ। ଡ. ନଗେନ କୁମାର ଦାସ ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ରଶ୍ମି ସାହୁ ଏବଂ ଅର୍ଚ୍ଚନା ପାତ୍ର ସଂଯୋଜନା କରିଥିଲେ। ସର୍ବଶ୍ରୀ ଅଜୟ କୁମାର ମହାନ୍ତି,ଉପେନ୍ଦ୍ର କୁମାର ବସ୍ତିଆ, ସ୍ମିତା ମିଶ୍ର, ତ୍ରିନାଥ ସିଂହ, କାଶୀନାଥ ନନ୍ଦୀ, ସଞ୍ଜୀବ କୁମାର ଭୋଇ, ସତ୍ୟ ନାରାୟଣ ଦାଶ, ଶ୍ରୀଧର ସୁନା, ଦିବାକର ଦାସ, ନିକୁଞ୍ଜ ବିହାରୀ ଦାଶ ଏବଂ ଆଶିଷ କୁମାର ଦାଶ ପ୍ରମୁଖ କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଘନଶ୍ୟାମ ଧଳ, ଲକ୍ଷ୍ମଣନାଥ ଦାସ, ଇନ୍ଦ୍ରମଣି ମହାପାତ୍ର, ଶୁଭ୍ରାଂଶୁ ଶେଖର ମହାପାତ୍ର, ଅରବିନ୍ଦ ପାତ୍ର, ଧରଣୀଧର ସାମଲ, ପ୍ରଦୀପ କୁମାର ପଟ୍ଟନାୟକ, ପରୀକ୍ଷିତ ଗୁରୁ, ସ୍ମିତା ମିଶ୍ର ପ୍ରମୁଖ ସହାୟତା କରିଥିବାବେଳେ ଭାରତ ଭୂଷଣ ମହାନ୍ତି, ରଶ୍ମି ରଞ୍ଜନ ବୋଇତାଇ, ପ୍ରଶନ୍ନ କୁମାର ମହାନ୍ତି,ଶାନ୍ତନୁ କୁମାର ମହାନ୍ତି, ଅକ୍ଷୟ କୁମାର ସାମଲ, ନାରାୟଣ ଦଳାଇ, ନୃସିଂହ ଚରଣ ମହାନ୍ତି, ବସନ୍ତ କୁମାର ରଣା, ବି. ସି. ସାହୁ, ପ୍ରମୋଦ କୁମାର ପତି, ଦିଲୀପ କୁମାର ବୋଷ, ସରୋଜ କୁମାର ଦାଶ, ସଞ୍ଜୟ ତନ୍ତୀ, ନିରୁପମ କର୍ସେଲ, ହେମନ୍ତ କୁମାର ମହାରଣା, କୈଳାଶ ଚନ୍ଦ୍ର ମହାଳି, ବିଷ୍ଣୁ ପଦ ଦାସ, ରାମନାଥ ଦଳେଇ, ଦିବାକର ଦାସ ପ୍ରମୁଖ ବହୁ ସାହିତ୍ୟ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚେତାବନୀ ସମାବେଶ 

masiha

କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ 

Sunil Chandra Nayak

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

Leave a Comment

error: Content is protected !!