ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

 ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ନେଇ ଆଶା ସଞ୍ଚାର ହୋଇଛି। ଏନେଇ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଘର ସଦସ୍ୟ ବ୍ରହ୍ମ କିଶୋର ନାଏକ,ବ୍ରହ୍ମାନନ୍ଦ ଆଚାରୀ ପ୍ରମୁଖ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ସଂପର୍କିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କୁ ଭେଟି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ,ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବୀ ହୋଈ ଆସୁଛି । ଧର୍ମଗଡ ଉପଖଣ୍ଡ ର ଭୌଗଳିକ ସ୍ଥିତି , ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତି ଭୂମୀ କୁ ଦେଖିଲେ ଏହା ନବ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ ଜିଲ୍ଳା,ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକା । ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କଲମପୁର, ଜୟପାଟଣା ଓ ଜୁନାଗଡ ବ୍ଲକ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଏହି ଉପଖଣ୍ଡ ର ମୋଟ ଜନସଂଖ୍ୟା ହେଉଛି ୭ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଟନ୍ତି । ଜନସଂଖ୍ୟା କୁ ହିସାବ କଲେ ଦେବଗଡ ଜିଲ୍ଲା ର ଜନସଂଖ୍ୟା ୩,୧୨,୫୨୦ ର ଏହା ଦୁଇ ଗୁଣ ରୁ ଅଧିକା । ପୁନଶ୍ଚ ଏହା ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି।

 ପ୍ରକାଶଯୋଗ୍ୟ ଯେ, ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ନେ଼ଇ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗତ ସେପ୍ଟେମ୍ବର ୨୦୨୩ ମସିହାରେ ପାଖାପାଖି ୪୫ ଦିନ ଧରି ଧର୍ମଗଡ ଠାରେ ଗଣଧାରଣା ଦିଆଯିବା ସହ ଧର୍ମଗଡ ଉପଖଣ୍ଡ କୁ ଗୋଟିଏ ଦିନ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲା। ଏବେ ଧର୍ମଗଡ ଜଗନ୍ନାଥ ସେବା ସମିତି ଧର୍ମଗଡ ଜିଲ୍ଲା ଗଠନ ଦାବୀକୁ ଦୋହରାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ମିଶନ ଶକ୍ତି ସ୍କୁଟର ରାଜ୍ୟ ସ୍ତରୀୟ ଯୋଜନାର ଶୁଭାରମ୍ଭ

masiha

ବସ୍ତାରେ ନିବେଦିତା ଇଂଲିଶ ମିଡିୟମ ପ୍ଲେ ସ୍କୁଲ ଉଦଘାଟିତ 

Sunil Chandra Nayak

ପବିତ୍ର ରାମ ନବମୀରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ରେ CRCC ବାବୁଲାଲ ହରିଜନ

Sunil Chandra Nayak

Leave a Comment

error: Content is protected !!