ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରୁନି ଦାଦନ ଦୁଃଖ lଅସହାୟ ପରିବାରକୁ ସାହା ହେବ କିଏ lଆନ୍ଧ୍ରପ୍ରଦେଶ କୁ ଦାଦନ ଖଟିବାକୁ ଯାଇ ଛାତରୁ ପଡି ମେଡ଼ିକାଲ ରେ ଶଯ୍ୟାଶାୟୀ

ସରୁନି ଦାଦନ ଦୁଃଖ lଅସହାୟ ପରିବାରକୁ ସାହା ହେବ କିଏ lଆନ୍ଧ୍ରପ୍ରଦେଶ କୁ ଦାଦନ ଖଟିବାକୁ ଯାଇ ଛାତରୁ ପଡି ମେଡ଼ିକାଲ ରେ ଶଯ୍ୟାଶାୟୀ 

ନବରଙ୍ଗପୁର:(୨୫|୯)(ରବି ନାରାୟଣ ମହାନ୍ତି)ପୁଣି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଦୁଇ ମହଲା ଛାତ ଉପରୁ ପଡି ହାତ ଗୋଡ଼ ଏବଂ ଅଣ୍ଟା ଭାଙ୍ଗି ମେଡିକାଲ ରେ ପଡିରହିଛି ଜଣେ ଦାଦନ ଶ୍ରମିକ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମର ୟୁ.ଭି -୫୨ ନଂ ଗାଁର ଦାଦନ ଶ୍ରମିକ ଅଭିଜିତ ମଜୁମଦାର । ପରିବାର କହିଲେ ଦୁଇ ଭାଇ,ଭଉଣୀ ଏବଂ ବାପା ମା l ବଡ ଭାଇ ମାଲକାନଗିରି ଜିଲ୍ଲାରେ କିଛି କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଛୋଟ ଭାଇ ତାଙ୍କ ମା ଓ ବାପାଙ୍କୁ ନେଇ ଅତି ଦୁଃଖ କଷ୍ଟରେ ଘର ଚଳେଇ ଥାନ୍ତି lସେଭଳି ଅଭିଜିତ କିଛି ମାସ ତଳେ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶ କୁ ଯାଇ ତାଙ୍କ ବାପା ମାଙ୍କୁ କିଛି ଅର୍ଥ ପଠେଇଲେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚାଲିଥାଏ l ଏଭଳିଦୁଃଖ କଷ୍ଟରେ ତାଙ୍କ ଏହି ପରିବାର ଚାଲିଥିବା ବେଳେ ହଠାତ କଳା ମେଘ ବାଦଲ ପରି ମାଡି ଆସିଥିଲା ଦୁର୍ଘଟଣା ଯାହାକି ତାଙ୍କର ଅଣ୍ଟା ଭାଙ୍ଗି ଦେଇଥିଲା। ଏବେ ଏକ ମାତ୍ର ରୋଜଗାରିଆ ପୁଅର ଅବସ୍ଥା ଦେଖି ବାପା ଏବଂ ମା ଆଖିରୁ ଲୁହ ସରୁନି l ପ୍ରତ୍ୟେକ ଦିନ ଆଖିରୁ ଲୁହ ଝରି ଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅକୁ କେମିତି ଠିକ କରିବେ lଏବେ ଭାଙ୍ଗି ପଡିଥିବା ବେଳେ ଲୋକଙ୍କୁ ସାହାଯ୍ୟ ମାଗି ବୁଲୁଥିବା ଦେଖିବା ପାଇଁ ମିଳୁଛି l ରାତି ପାହିଲେ ଆ ଦୁଆର ତା ଦୁଆର ବୁଲି କିଛି ସାହାଯ୍ୟ ମାଗିବା ସହ କୋହ ଭରା କଣ୍ଠରେ ପୁଅକୁ ବଞ୍ଚେଇବା ଦିଅ ବୋଲି କହୁଛନ୍ତି lସୂଚନା ଅନୁସାରେ, ଗତ ଏକ ମାସ ହେବ ୟୁ.ଭି-୫୨ ଗାଁର ଲବ ମଜୁମଦାରଙ୍କ ୨୪ ବର୍ଷିୟ ପୁଅ ଅଭିଜିତ ମଜୁମଦାର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୧୧ତାରିଖ ଦିନ ଛାତ ପକାଉଥିବା ବେଳେ ଅଚାନକ ଛାତ ଉପରୁ ପଡିଯାଇଥିଲେ ଅଭିଜିତ। ତୁରନ୍ତ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ସେଠାରେ ତାଙ୍କୁ ପ୍ରଥମେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ଦେହ ସଙ୍କଟାପନ୍ନ ହେବାଯୋଗୁଁ ତାଙ୍କୁ ବିଶାଖାପାଟଣା ର ମେଡ଼ି କଭର ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି l ଦାଦନ ଖଟି ଯାହା ରୋଜଗାର କରିଥିଲେ ତାହା ଚିକିତ୍ସା ରେ ଖର୍ଚ୍ଚ ହୋଇଯାଇଥିବା ବେଳେ ଆହୁରି ତାଙ୍କୁ ଦୁଇ ରୁ ତିନି ଲକ୍ଷର ଅର୍ଥ ଆବଶ୍ୟକ ପଡୁଥିବା ବେଳେ ଏତେ ଟଙ୍କା ଆଣିବେ ବା କୋଉଠୁ?ଯଦି କୌଣସି ସହହୃଦୟ ବ୍ୟକ୍ତି କିଛି ସାହାଯ୍ୟ ର ହାତ ବଢ଼େଇ ଥାଆନ୍ତେ ସାହାଯ୍ୟ ହୋଇପାରିଥାନ୍ତା ଏବଂ ପିଲାଟି ଚିକିତ୍ସା ପାଇ ପାରିଥାନ୍ତା lତେଣୁ ଅଭିଜିତ ମଜୁମଦାର ଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ କିଛି ସାହାଯ୍ୟ କରିବାକୁ ଥିଲେ ଯେକୌଣସି ସହହୃଦୟ ବ୍ୟକ୍ତି ତାଙ୍କ ଭଉଣୀ ସବିତା ପଣ୍ଡା ଙ୍କ ସାହାଯ୍ୟ ର ହାତ ବଢେଇବା ପାଇଁ ତାଙ୍କ ଫୋନ ପେ ନଂ-୭୮୫୩୮୯୯୦୧୪ କୁ ସାହାଯ୍ୟ କରାଗଲେ ପିଲାଟି ଚିକିତ୍ସିତ ହୋଇ ସୁସ୍ଥ ରେ ଘରକୁ ଫେରି ପାରନ୍ତା l

ମସିହା ନିୟୁଜ ସର୍ଭିସ୍ 

Related posts

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ । ଦୁଇ ଦିନର ଉତ୍ସବ ; ମହାମହିମ ରାଜ୍ୟପାଳ କରିବେ ଉଦଯାପନ

Sunil Chandra Nayak

ଅସରାଏ ବର୍ଷା ରାସ୍ତା ରେ ଜମିଲା ଆଣ୍ଠୁଏ ପାଣି

Sunil Chandra Nayak

ଜନ ଜାଗରଣର ପ୍ରତୀକ ସାମାଜିକ କର୍ମୀ ଦିବ୍ୟାଂଶୁ ଆଚାର୍ଯ୍ୟ 

masiha

Leave a Comment

error: Content is protected !!