ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ଛେଣ୍ଡିଆ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪” 

ବ୍ରାହ୍ମଣ ଛେଣ୍ଡିଆ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪” 

ଧର୍ମଗଡ଼ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ରେ “କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪” ଅନୁଷ୍ଠିତ ହୋଇ ଯାଇଛି l ସି ଆର ସି ସି ଟିକେଶ୍ୱର ନାଏକଙ୍କ ସଂଯୋଜନା ରେ ସଂଯୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ ଯୋଗଦାନ କରିଥିଲେ ଓ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ଫେସନ ଡିଜାଇନର ସୁଜିତ କୁମାର ମେହେର, ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ସରୋଜ ଧଙ୍ଗଡା ମାଝୀ, ଚକ୍ରଧର ପ୍ରଧାନ ଯୋଗ ଦେଇ ଥିଲେ l ଏଥିରେ କୁଇଜ଼, ବକୃତା, ତର୍କ, ସଂଗୀତ, ପ୍ରବନ୍ଧ ଲିଖନ, ମଧ୍ୟାହ୍ନ ଭୋଜନ ଚିତ୍ର କଳା ଓ ଶିଳ୍ପ କଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରତିଯୋଗିତା ହୋଇଥିଲା l ସରକାରଙ୍କ ନିର୍ଦେଶ କ୍ରମେ ଏହି ବର୍ଷ କ୍ଲଷ୍ଟର ସ୍ତରରେ ଏଫ ଏଲ ଏନ ଗ୍ରେଡ଼ ର ଛାତ୍ର ଛାତ୍ରୀ ମାନଙ୍କର ଗଣିତ ଦୌଡ଼, ଚିତ୍ରାଙ୍କନ, ଗଳ୍ପ କଥନ ଓ ଗଣିତ କୁଇଜ଼ ପ୍ରତିଯୋଗିତା ହୋଇଥିଲା I କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା I ନୃତ୍ୟ କଳା ପ୍ରତି ଯୋଗିତାରେ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୃତ୍ୟ ଶିଳ୍ପୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି I ଏହି କାର୍ଯ୍ୟକ୍ରମକୁ କେବିଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ମୁଣ୍ଡ ପରିଚାଳନା କରିଥିବା ବେଳେ ଶିକ୍ଷକ ମୁକେଶ ଛତ୍ରିଆ, ଗଦାଧର ବାରିକ, ମୌସୁମୀ ଦାସ, ଆଶିଷ ମୁଣ୍ଡ, ପ୍ରିତୀମୟୀ ପାତ୍ର ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ I

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜଗମୋହନ ସ୍ଵାସ୍ଥ୍ୟକେନ୍ଦ୍ରରେ କୟାକଳ୍ପ ପୁରସ୍କାର ବିତରଣ

Sunil Chandra Nayak

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

masiha

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!